STORYMIRROR

BULU BEHERA

Action Inspirational Others

3  

BULU BEHERA

Action Inspirational Others

ମୂକ ସାକ୍ଷୀ

ମୂକ ସାକ୍ଷୀ

1 min
194

ତୁ କେଉଁ ଆଦିମ କାଳରୁ

ଆବିର୍ଭାବ  ହୋଇଛୁ ସତେ

ତୁ  ତୋ  ନିଜ କଥା ନିଜେ

ଜାଣିଚୁ ସିନା ହେଲେ,

ତୋ କଥା ଆଉ କେହି

କହି ପାରବେ ନାହିଁ l

ଆମ ପଣି ଗୋସାଇଁ ବାପା

ଆଉ ନିଜ ଗୋସାଇଁ ବାପା

ଆଉ ମୋ ବାପା ମଧ୍ୟ ସବୁବେଳେ

ତୋ ବିଷୟରେ କୁହନ୍ତି,

ତୋ ପାଖରେ ଆମେ  ଯାଇ

କେତେ ଖେଳ ଖେଳ ଖେଳୁ

ସେସବୁ ଏବେ ମନେ ପଡୁଛି

ତୁ ଆମ ଗ୍ରାମର ସମସ୍ତଙ୍କୁ

ପ୍ରତ୍ୟକ୍ଷ ରୂପେ ଦେଖିଛୁ

କେତେ ଝିଅ ଶାଶୁଘର ଯିବାର

ସବୁ ଦେଖିଛୁ ତୁ l

କେତେ ପୁଅ ବାହଘର ହେବାର

କେତେ ମରିବାର ଆଉ କେତେ

ଜନ୍ମ ହେବାର ବି ଦେଖିଛୁ

ତୁ ହେଉଛୁ ତ୍ରିକାଳ ଦର୍ଶୀ

ତୁ ସବୁ ଦେଖୁଛୁ, ଶୁଣୁଛୁ

ଜାଣୁଛୁ, କିନ୍ତୁ ପାଟି ନଖୋଲି

ଧୀର ସ୍ଥିର ଭାବେ ରହୁଛୁଳ

ଧନ୍ୟ ତୁମର ଏହି ଏକାଗ୍ରତାକୁ

ଆଉ ନିଷ୍ଠାପରତାକୁ

ତୁ ଆମ ଗ୍ରାମର ପ୍ରକୃତ ମୂକ ସାକ୍ଷୀରେ

ଝଙ୍କାଳିଆ ବୁଢା ବରଗଛ, 

ଘେନ ଆମର କୋଟି ପ୍ରଣାମ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action