STORYMIRROR

ବି. ନିରୁପମା

Action Classics Others

3  

ବି. ନିରୁପମା

Action Classics Others

ଡାକେ ବଂଶୀ ବଜାଇ

ଡାକେ ବଂଶୀ ବଜାଇ

1 min
196


ଏଇ ମନ କୁଞ୍ଜବନ ତୁମ ଲାଗି ସଜାଇ,

ଆସ ବିଜେକର କୃଷ୍ଣ ଡାକେ ବଂଶୀ ବଜାଇ ।

କେଉଁ କାଳୁ ତୁମ ପଥ,

ଚାହିଁଛି ହେ ଗୋପିନାଥ ।

ପୂର୍ଣ୍ଣକର ମନୋରଥ ରାସ ରସେ ମଜ୍ଜାଇ

ଆସ ବିଜେକର କୃଷ୍ଣ ଡାକେ ବଂଶୀ ବଜାଇ l


ଫେରାଇ ନିଅ ହେ ମୋତେ ସେ ଗୋକୁଳ ଧାମକୁ,

ଦେଖିବି କେମନ୍ତେ ଗୋପୀ ଜପୁଥିଲେ ନାମକୁ ।

ମିଳୁଥିଲେ ବୃନ୍ଦାବନେ,

ସେ ଯମୁନାକୂଳେ କେହ୍ନେ ।

କୃଷ୍ଣ କୃଷ୍ଣ ରଟୁଥିଲେ ନିଜକୁ ଯେ ହଜାଇ

ଆସ ବିଜେକର କୃଷ୍ଣ ଡାକେ ବଂଶୀ ବଜାଇ l


ମାଆ ଯଶୋମତିଙ୍କର ସ୍ନେହ ବୋଳା ଆକଟ,

ତୁଣ୍ଡରେ ଦେଖିଲେ କେହ୍ନେ ଏ ବ୍ରହ୍ମାଣ୍ଡ ସପତ

ଗୋଚାରଣ ବେଳା ଠାଣି,

ଦେଖାଅ ହେ ଚିନ୍ତାମଣି ।

ସଖାମେଳେ ଲୀଳା ଯାହା ରଚିଥିଲ କହ୍ନାଇ

ଆସ ବିଜେକର କୃଷ୍ଣ ଡାକେ ବଂଶୀ ବଜାଇ l


ଆସିବ ଆସିବ ହୋଇ ବିତିଲାଣି ବରଷ,

ମୋ ମନ କୁଞ୍ଜରେ ବିଜେ କଲେ ହେବି ହରଷ ।

ପ୍ରତୀକ୍ଷାର ହେବ ଅନ୍ତ,

ହୃଦୟ ହୋଇବ ଶାନ୍ତ ।

କୃଷ୍ଣ ପ୍ରେମ ରସେ ତନୁ ଦେବି ନିତ୍ୟ ଭିଜାଇ

ଆସ ବିଜେକର କୃଷ୍ଣ ଡାକେ ବଂଶୀ ବଜାଇ l




Rate this content
Log in

Similar oriya poem from Action