ମହୋତ୍ସବ
ମହୋତ୍ସବ
ଏହି ଶୀତ ଦିନେ ବଜାର ସ୍ଥାନରେ
ମହୋତ୍ସବ ମାନ ହୁଏ
ଦୋଳି ଦୋକାନରେ ଦେଖେଣାହାରୀଙ୍କ
ମନ ପୁରା ଲାଖିଯାଏ ।
ନାନା କିସମର ଉଜ୍ଜଳ ଆଲୋକେ
ଦୂରରୁ ସୁନ୍ଦର ଦିଶେ
ଦିନଠାରୁ ବେଶୀ ଭିଡ଼ ହୋଇଥାଏ
ରାତି ଯେବେ ପରା ଆସେ ।
ନୃତ୍ୟ ପ୍ରଦର୍ଶନୀ ସହ ମାନ୍ୟଗଣ୍ୟ
ଅତିଥି ଯେ ଆସିଥା'ନ୍ତି
ଯାହା ଖୋଜିଥାଉ ସବୁ ମିଳିଥାଇ
ଆଗ୍ରହେ ଲୋକେ କିଣନ୍ତି ।
ଚାର୍ଟ, ଗୁପ୍ ଚୁପ୍, ଠୁଙ୍କାପୁରୀ, ଦୋସା
ଖାଦ୍ୟଦ୍ରବ୍ୟ ବିକ୍ରି ହୁଏ
ସବୁଥିରୁ ଟିକେ ଟିକେ ଖାଇଦେଲେ
ପେଟ ପୁରା ପୁରି ଯାଏ ।
ମହୋତ୍ସବ ମଧ୍ୟେ ଦୂର ଦୂରାନ୍ତର
ସାଙ୍ଗସାଥୀ ହୁଏ ଭେଟ
ଖୁସି ହେଇଯାଉ କୋଳାକୋଳି ହେଉ
ଖୁସିରେ ପୂରଇ ପେଟ ।
ଜଞ୍ଜାଳ ଭିତରେ ସାଂସ୍କୃତିକ କାର୍ଯ୍ୟ
ଦେଇଥାଏ ପରା ଖୁସି
ଖୁସି ଠାରୁ ବଡ଼ ଏହି ସଂସାରରେ
କ'ଣ ଭାଇ ପରା ଅଛି ।
କମିଟି ସଦସ୍ୟ ଲଟେରୀ କାଟନ୍ତି
ମହୋତ୍ସବ ଶେଷଦିନ
ବିଜେତା ମାନଙ୍କୁ ଉପହାର ସବୁ
କରିଥା'ନ୍ତି ସମର୍ପଣ ।
ମେଳା ମହୋତ୍ସବ ଲାଗେ ଭାରି ଭଲ
ସାଥେ ଗଲେ ପରିବାର
ପସନ୍ଦର ଦ୍ରବ୍ୟ କିଣୁ ବୁଲା ବୁଲି
ଦିଅଇ ଖୁସି ଅପାର ।
