ନାଆଁଟି ମୋର ଚିଠି
ନାଆଁଟି ମୋର ଚିଠି
ନାଆଁଟି ମୋର ଚିଠି
ନାଆଁଟି ମୋର ଚିଠି
ଦିନ ଥିଲା ମୁଁ ଥିଲି ସଭିଙ୍କ
ଆପଣାର ଯେ ଅତି
ନାଆଁଟି ମୋର ଚିଠି ।
ଡାକଘରେ ଯେ ମୁଁ ମିଳଇ
ଘରେ ମେଜ ବା ଥାକରେ ଥାଇ
ଦୂରରେ ଥିଲେ କେହି ନିଜର
ଜାଣିବା ପାଇଁ ତାଙ୍କ ଖବର
ମୋ ଉପରେ ମନ ଭାବନା
ଲେଖି ପକାନ୍ତି କିଛି
ନାଆଁଟି ମୋର ଚିଠି ।
ନିରକ୍ଷର ଯେ ନ ପାରେ ଲେଖି
କାହାକୁ କହି ଲେଖଇ ଚିଠି
ପକାଇ ଦିଏ ଡାକ ବାକ୍ସରେ
ଉତ୍ତର ପାଇଁ ଅପେକ୍ଷା କରେ
ପିଲାଠୁ ବୁଢ଼ା ଦେଖନ୍ତି ମୋତେ
ବଳିଷ୍ଠ ଗଣ ମାଧ୍ୟମ ରୂପେ
ଥିଲି ସଭିଙ୍କ ସାଥୀ
ନାଆଁଟି ମୋର ଚିଠି ।
ଚିଠିରେ ଥିବା ମଧୁର ଭାଷା
କାହା ଜୀବନେ ଭରଇ ଉଷା
ପୁଅ ପାଖରୁ ଚିଠି ପାଇଲେ
ବାପା ମାଆଙ୍କ ପୂରଇ ଆଶା
ସ୍ଵାମୀଙ୍କ ଚିଠି ରଖେ ସାଇତି
ପତ୍ନୀ ଭାବିକି ସ୍ମୃତି
ନାଆଁଟି ମୋର ଚିଠି ।
ବଢ଼ିଲା ଏବେ ଦୂରଭାଷ
ଚିଠି ପାଇଲା କ୍ରମେ ହ୍ରାସ
ଆଈ ସାଙ୍ଗରେ ଅଜା ଗପନ୍ତି
ଓଠରେ ତାଙ୍କ ସ୍ମିତ ହସ
ତଥାପି ଆଜି ଚାଲିଛି ଚିଠି
ଅଛି ମୋ ପ୍ରତି ପ୍ରୀତି
ନାଁଟି ମୋର ଚିଠି ।
