ସ୍ବର୍ଗୀୟ ପ୍ରେମ
ସ୍ବର୍ଗୀୟ ପ୍ରେମ
ଫୁଲର ମହକେ ଖୋଜୁଛି ତୁମକୁ
ରହିଛ କେଉଁଠି ଯାଇ
ଶୁଖି ଝଡି ଯିବ ଏ ରଂଗ ପାଖୁଡା
ତୁମ ବାଟ ଚାହିଁ ଚାହିଁ ।
ସମୟ ତା' ବାଟେ ଆପେ ଗଡି ଯାଏ
ଆଜି ହୁଏ କାଲି ସ୍ମୃତି
ଆଖିର ପଲକ ଥକି ତ ଯାଏନି
ଦେଖି ସେ ଅଭୂଲା ପ୍ରିତି ।
ପ୍ରିତିର ସରାଗ ଜୀବନ୍ତ କବିତା
ପ୍ରେମର ବିଜୟ ଗାଥା
ପ୍ରେମ ପାରାବାରେ ଲୁଚି କି ରୁହଇ
ହୃଦୟ ତଳର ବ୍ୟଥା ?
ବ୍ୟଥା ସେ ତ ନୁହେଁ ସ୍ବର୍ଗୀୟ ଭାବନା
ଜୀବନେ ମହକ ଭରା
ସୁବାସିତ ସେଇ ପ୍ରେମେ ମହୀୟାନ
ଯୁଗ ଯୁଗ ପାଇଁ ଧରା ।