STORYMIRROR

Ashutosh Meher

Inspirational

3  

Ashutosh Meher

Inspirational

ଜୀବନ

ଜୀବନ

1 min
229


ସମୟ ବେଳାରେ ଠିଆ ଏ ମଣିଷ ଖୋଜୁଛି ଆଗକୁ ବାଟ

ପରସ୍ତ ପରସ୍ତ ଖିଅ ଭରା ଏହି ଜୀବନ ଗୋଟାଏ ହାଟ।

କେତେ ଯେ ଦରବ ପସରା ମେଲାଇ ବନ୍ଧୁ କିଏ ପରିଜନ

ଦୁଃଖ ଧରି କିଏ ହସର ଚାଙ୍ଗୁଡି ଚତକେ ଆତୁର ମନ।।


ଇନ୍ଦ୍ରଧନୁ ସମ ରଙ୍ଗର ରୋଷଣୀ ଆହରହ ବୁଣାବୁଣି

ଜୀବନ ଆକାଶେ ଚମକୁ ଥାଏ ସେ ଆହ୍ଳାଦେ ମନକୁ କିଣି।

କେବେ ଝରିଯାଏ ଦୁଃଖର ଫୁଆରା କଳା ବାଦଲର ଛାଇ

ବାଟ ବଣା ହୁଏ ବାଟୋଇ ବିଚାରା ଘାଣ୍ଟି ହେଉଥାଏ ବାଇ।।


ସୁଖ ଦୁଃଖ ଭରା ଜୀବନ ଜଞ୍ଜାଳ ଜନମ ଏ ଜଉଘର

ସଂସାର ସାଗରେ ତରୀ ବାହିବାକୁ ନାଉରୀ ର ତରତର।

ପ୍ରଭୂଙ୍କୁ ସୁମରି ସୁର ମେଲିଦିଏ ସଙ୍ଗ କରି ବନ୍ଧୁ ଭାବ

ଅଥଳ ଦରିଆ ପାରି ହେବା ପାଇଁ ହିସାବେ କି କ୍ଷତି ଲାଭ??


ଜୀବନ ଏମିତି ଆଗେ ମାଡି ଚାଲେ ସୁମରି ପ୍ରଭୂଙ୍କ ପାଦ

ସେ ପଦ୍ମ ଆଶୀଷ ଜନମ ସେ ପାରି ଗଭୀର ସୁନ୍ଦର ସ୍ବାଦ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational