Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Inspirational

3  

Saroj Kumar Jena

Inspirational

ଗାନ୍ଧୀଙ୍କୁ ଝୁରେ ସାରା ସଂସାର

ଗାନ୍ଧୀଙ୍କୁ ଝୁରେ ସାରା ସଂସାର

1 min
273


         


  କରିଲ ସଂଗ୍ରାମ ସାଜି ମହା ଦ୍ରୁମ

       ଅହିଂସାକୁ ଆପଣେଇ ,

 ତୁମେ ସେହି ସୁତ ଭାରତ ମହତ

      ରଖିଗଲ ରାଷ୍ଟ୍ର ପାଇଁ ।୧।

  କରି ଦାଣ୍ଡି ଯାତ୍ରା ହେ ଜାତିର ପିତା

      କରିଥିଲ ସତ୍ୟାଗ୍ରହ ,

 ଏ ଦେଶର ବାସୀ ତୁମ ସଙ୍ଗେ ମିଶି

       ଯୋଗଦେଲେ ଶହ ଶହ ।୨।

ସ୍ଵାଧୀନତା ପାଇଁ ଏକ ଚିତ୍ତ ହୋଇ

   ଦେଇଥିଲ ବଳିଦାନ ,

ତୁମକୁ ପାଇକି ଭାରତ କାହିଁକି

   ବିଶ୍ୱ ବି କହେ ମହାନ ।୩।

ଦେଖେ ହେ ବାପୁଜୀ ପାଳୁ ଅଛୁ ଆଜି

      ତୁମର ଜନମ ଦିନ ,

ଏଇଠି ତଥାପି ବଢ଼ିଛନ୍ତି ପାପୀ

    ଭାଙ୍ଗନ୍ତି ତୁମ ସପନ ।୪।

ହୋଇଣ ସ୍ଵାଧୀନ ଲାଗେ ପରାଧିନ

   ଦେଖହେ ଟିକେ ମହାତ୍ମା ,

ଆଉ ଥରେ ଆସ ଧରି ଗାନ୍ଧୀ ବେଶ

    ପ୍ରବେଶୁ ଶରୀରେ ଆତ୍ମା ।୫।

ତୁମେହିଁ ମହାତ୍ମା ତୁମେ ଚିର ଆତ୍ମା

   ତମେ ହିଁ ଚିର ଅମର ,

ତୁମ ପାଇଁ ଏଠି ଝୁରୁଥିବେ ନିତି

   ଏ ସାରା ନର ସଂସାର ।୬।



Rate this content
Log in

Similar oriya poem from Inspirational