Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Inspirational

3  

Saroj Kumar Jena

Inspirational

ଆମ ଗାଆଁର ସନ୍ଧ୍ୟା

ଆମ ଗାଆଁର ସନ୍ଧ୍ୟା

1 min
206


          

   ହୋଇଲେ ସାୟାହ୍ନ ବୁଡ଼ନ୍ତି ତପନ

       ପୁରି ଉଠେ ଦାଣ୍ଡ ଧୂଳି ,

   ଧରିଣ ଗୋକୁଳ ଫେରନ୍ତି ଗୋପାଳ

       କେତେ ଗୋରୁ ହୋଇ ମେଳି ।୧।

ଗୋଧୂଳିର ବାସ୍ନା ଦେଖି ଇନ୍ଦୁ ଜ୍ୟୋତ୍ସ୍ନା

     ମନଟି ହୁଏ ପ୍ରସନ୍ନ ,

ବୃନ୍ଦାବତୀ ମୂଳେ ସଞ୍ଜବତୀ ଜାଳେ

   ନବ ବଧୂ ପ୍ରତି ଦିନ ।୨।

ଗ୍ରାମ ମୁଣ୍ଡେ ନିତି ଓଡ଼ିଆ ସଂସ୍କୃତି

   ଅଛି ଆଜି ଉଜ୍ଜୀବିତ ,

ଭାଗବତ ଗୀତ ଦେଇ ମନ ଚିତ୍ତ

   ଗାଆନ୍ତି ନିତି ଭକତ । ୩।

ଦର୍ଶକ ବିସ୍ମୟ ଦେଖି ସ୍ଵର ଲୟ

    କାର୍ତ୍ତିକ ମଉସା ଭଙ୍ଗୀ,

ବଜାଇ ଖଞ୍ଜଣି ମନ ନିଏ ଜିଣି

   ସାକ୍ଷୀ ଭାଗବତ ଟୁଙ୍ଗି ।୪।

ଗାଆଁ ଦୃଶ୍ୟ ପଟ୍ଟ ଅତ୍ୟନ୍ତ ଉତ୍କୃଷ୍ଠ

   ସେହି ସାୟାହ୍ନ ଦର୍ଶନ ,

କୋଉଠି ମିଳେନା ଅନ୍ୟତ୍ରରେ ଅନା

    ଏହି ଭଳି ଦୃଶ୍ୟ ମାନ ।୫।


    

  


Rate this content
Log in

Similar oriya poem from Inspirational