"ମାଁ ନାରେ କଳଙ୍କ କୁଇଲି"
"ମାଁ ନାରେ କଳଙ୍କ କୁଇଲି"
କୁଇଲିରେ ଖୁଲା ଆକାଶେ
ବୁଲୁଛୁ କେତେ ଡେଣା ମେଲେଇ,
ତୋର୍ ଛୁଆ କେ କୁଆ ଘରେ ଦେଇ
କାଏ ସୁଖ୍ ତୁଇଁ ପାଉଁ ?
ଲୋକ୍ ଦେଖାନିଆ କେତେ ହେସୁ
ନିଜ୍'କେ ନିଜେ ଗରବ୍ କରସୁ,
ଧିକ୍ ଯାଉଁ ତୋର୍ ଜୀବନ୍
ମାଁ ସୁଖ୍ କାଣା ନାଇଁ ଜାନି ପାରସୁ ।
ଛୁଆର୍ ଦୁଃଖ୍,ସୁଖ୍ କେବେ ବୁଝବୁ
ଦଶ୍ ମାସ୍ ଧରି ଜନମ୍ ଦେଲି,
ଗର୍ଭ ଧାରିଣୀ ମାଁ ହେଇକରି
ଛୁଆକେ ଅଲଗା ଠାନେ ଦେଲୁ ।
ମାଁ'ର୍ ନାରେ କଳଙ୍କ ଲଗେଇ
କେତେ ଗୀତ୍ ଗାଉଛୁ,
ଦୁନିଆର୍ ଆଗାଡେ ଦେଖେଇ ହେଇ
ନିଜର୍ ଛୁଆକେ ଭୁଲି ଯାଇଛୁ ।
କୁଆ ବସାଥି ଛୁଆକେ ଦେଲୁ
ମାଁ'ର୍ ନାରେ କଳଙ୍କ ଲଗାଲୁ,
ଯେତେ ଗୀତ୍ ଗାଏଲେ କାଏଁ ହେବା
ନିଜକୁ ନିଜେ ହିନିସ୍ତା କଲୁ ।
ମାଁ ହେଇ, ମାଁ ସୁଖ୍ ନାଇଁ ଜାନଲୁ
କେନ୍ ଜନମ୍ କାଏ ପାପ୍ କରିଥିଲୁ,
କେତେ ବଡା ମିଠା ,ମାଁ' ସବଦ୍
ତାର୍ ନାରେ କଳଙ୍କ ଲଗେଇ ଦେଲୁ ।
ମିଠା ମିଠା ଗୀତ୍ ସୁନେଇ କରି
ଦୁନିଆଁ କେ ପାରବୁ ଠକି,
ତୋର୍ ମନ୍ କେ ଥରେ ପଚରା
ରହି ପାରସୁ କାଏ ସୁଖୀ ।
ସୋର୍ ରଖିଥା କୁଇଲି ରାନୀ
ମାଁ' ଗୀତ୍ ଠାନୁ ବଡା ସୁନ୍ଦର୍,
ଆର୍ ଥରେ ଜନମ୍ ପାଏବୁ ଯଦି
ମାଁ'ର୍ ନାରେ ନାଇଁ ଲଗାବୁ କଳଙ୍କ ।