STORYMIRROR

Sahadev Behera

Inspirational

3  

Sahadev Behera

Inspirational

ମରୀଚିକା (କବି -ସହଦେବ ବେହେରା)

ମରୀଚିକା (କବି -ସହଦେବ ବେହେରା)

1 min
180

କାହିଁକିରେ ମନ ମାୟା ମରୀଚିକା 

    ପଛରେ ଧାଉଁଛୁ ନିତି 

ସଂସାର ଜନମ  ଲଭିଲେ ମଣିଷ 

   ଭୁଲି ଯାଏ ପ୍ରଭୁ ଭକ୍ତି ll 1


ଦୁର୍ଲ୍ଲଭ ଜନମ  ପାଇଛୁ ମହୀରେ 

    ଭଜ ରାମକୃଷ୍ଣ ହରି 

ସେ ଏକା ବିଧାତା  ସାହା ତୋ ସଙ୍ଗତେ 

    ଭବ ନାବେ ସେ ନାଉରୀ ll 2


ବେଳ ଥାଉ ଯଦି  ପାରି ହେବୁ ମନ 

   ମିଛ ମାୟା ଏ ସଂସାର

ହୃଦୟ କନ୍ଦରେ  ମନନ ଚିନ୍ତନ  

   ନିତି ଧ୍ୟାନ ଜପ କର ll 3

    

ନାହିଁ ତା ଆକାର  ନିର୍ବିକାର ଚିତ୍ତେ 

   ଧ୍ୟାୟିଲେ ପାଇବୁ ଦେଖା 

ଜୀବ ଗଲା ବେଳେ  ସ୍ମରି ଥିଲେ ତାଙ୍କୁ 

    ହରି ତୋ ହୋଇବେ ସଖା ll 4


ସୁନା, ରୂପା, ଧନ   ମାନ ସନମାନ 

     ପୁତ୍ର କନ୍ୟା ଅବା ବନ୍ଧୁ 

ଯାହା ଅରଜିଛୁ  ମରୀଚିକା ସମ

    ଏ ଭବ ସଂସାର ସିନ୍ଧୁ ll 5


ମନ କରି ଲୟ  ଗୋବିନ୍ଦ ଜପିଲେ 

    ଦରଶନ ଦେବେ ହରି 

ପାପ ନେତ୍ର ଆଉ  ମରୀଚିକା ପଛେ 

    ନ ଯିବ ହୋଇ ସଂସାରୀ ll 6

 



Rate this content
Log in

Similar oriya poem from Inspirational