Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Inspirational

3  

Pinku Ranbida

Inspirational

ଜରିବାଲା

ଜରିବାଲା

1 min
242


ଡୁଙ୍ଗି ଦେଖୁଥିସି ଦୁକାନ ଆଗାଡେ 

କିଏ କାଣା ଟିକେ ଦେଲେ ଖାଏତି,

ଭିକାରି କହି ଲାତ୍ ମାରି ଦେସନ୍

ଇଟାକେ କହେସନ୍ ମୁନୁଷ୍ ଜାତି ।


ହାତେ ମୋର୍ ଜରି ଧରିଥିସି

ଚେହେରା କଟ୍ କଟ୍ ମଏଲା,

ସବୁ ଗାଁ,ସହର୍ ସଫା କରୁଥିସି

ମୁଇଁ ଆଏଁ ଜରିବାଲା ।


ଯିଏ ଦେଖୁଛେ ଧିକ୍କାର୍ କରୁଛେ

ମୋର୍ କାମ୍,ବୁତା କେ ଦେଖି,

ସବେ କରସନ୍ ଛି ଛି ଦୁର୍ ଦୁର୍

ଯେନ୍ତା ମୁଇଁ ଆଏଁ ଗୁଟେ ଦୁଃଖି ।


ପରିବେଶ କେ ସଫା ରଖୁଛେ

ମୁନୁଷ୍ କେ ବଚାବାର୍ ଲାଗି,

ମୁଇଁ ଆଏଁ ସେ ଜରିବାଲା

ସବୁ ଜାଗାକେ ଥିସି ଭାଗି ।


କାମ୍ କରବାର୍ କେ କାଏଁ ସରମ୍

ସବୁ କାମ୍ ଏକ୍ ସମାନ୍,

ଘର୍ କେ ତମର୍ ସଫା କରୁଥିସି

ହେତାର୍ ଲାଗି ମୋର୍ କରସ୍ ଅପମାନ୍ ।


ବଡ୍ ବାବୁ ତମର୍ ବଡ୍ କଥା

ପରିବେଶ୍ କରସ୍ କେଚେରା,

ମୁଇଁ ଜରିବାଲା ସଫା କର୍'ଲେ

କହେସ ମତେ ବିଚିରା ।


ଲାଏଜ୍ ସରମ୍ ପୁଡେଇ ଖାଏଲ୍

ଯାହି ଦେଖବ୍ ଜରି ମାଙ୍ଗଲ୍,

ତମର୍ ସୁଖର୍ ଲାଗି

ଜରି ହେଇଗଲାନ୍ ସହର୍,ଜଙ୍ଗଲ୍ ।


ମୁଇଁ ଜରିବାଲା ଗୁହାରୀ କରୁଛେ

ହାତ୍ ଯୁଡିକରି ବିନ୍'ତୀ,

ଜରି ସବେ ବର୍ଜନ୍ କରମା

ପରିବେଷ୍ କେ ରଖମା ସୁରକ୍ଷିତ ।


Rate this content
Log in

Similar oriya poem from Inspirational