STORYMIRROR

Pinku Ranbida

Inspirational

3  

Pinku Ranbida

Inspirational

ଭିଟା ମାଟି

ଭିଟା ମାଟି

1 min
229

ମୋର ଗାଁ ଲାଗସି ମତେ ସୁନ୍ଦର୍

ନାଇଁ ଚାହେଁ ମୁଇଁ କେନସି ସରଗ୍

ସରଗ୍ ରାଏଜ୍ ନୁ ବଡ୍

ମୋର୍ ଗାଁ ମାଟି, ମୋର୍ ଘର୍ 


ଇନୁ ହେଇଛେ ଜନମ୍ ମୁଇଁ

ଗାଁ ,ମାଟି ଜିମି ମରି,

ମୋର୍ ଲାଗି ମୋର୍ ଜନମ୍ ମାଏଟ୍

ସରଗ୍ ଠାନୁ ବଢିକରି ।


ସାଙ୍ଗ୍,ସାଥି,ସ୍କୁଲ୍ ପଢା

ଛୁଆ ବେଲର୍ ଅଭୁଲା ସୃତି,

ନାଇଁ ଭୁଲି ପାରେ ସେ ସବୁ କଥା

ମୋର୍ ଗାଁ,ମୋର୍ ଜନମ୍ ମାଟି ।


ଛୁଆ ବେଲର୍ ଲୁକ୍ ଲୁକାନି,

ବାଡି ଡେଗାନି ,ରଜା ରାନୀ ଖେଲ୍,

ନାଇଁ ଭୁଲି ପାରେ ମୋର୍ ଗାଁ ପରବ୍

ମକର୍ ସାଙ୍ଗେ ନୁଆଁଖାଇ ଭେଟ୍ ।


ମୋର୍ ଗାଁ, ଦେଇଛେ ସବୁ

ମୋର୍ ଜୀବନ୍ କେ ଆବିରି,

ନାଇଁ ଭୁଲି ପାରେ ମୋର୍ ଗାଁ କେ

କରୁଛେ କହି ଚାକିରୀ ।


ଚାକିରୀ ଠାନୁଁ ବଡ୍ ଆଏ

ମୋର୍ ଗାଁ ,ମୋର୍ ଜନମ୍ ମାଟି,

ମୋର୍ ଜନମ୍ ମାଏଟ୍ କହେସି ମତେ

ନାଇଁ ଭୁଲି ଯିବୁ ସାଥି ।


ମୋର୍ ଗାଁ ,କେ କିରିଆ ଦେଉଛେ

ନାଇଁ ଭୁଲି ଯାଏ କେବେ,

ଯେବେ ଭୁଲମି ମୋର୍ ଗାଁ,ମାଏଟ୍ କେ

ମରି ଯାଇଥିମି ତେବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational