STORYMIRROR

Er Subhransu Kumar Behera

Abstract Inspirational Others

3  

Er Subhransu Kumar Behera

Abstract Inspirational Others

" ମୋ ଦେଶ ସ୍ବାଧୀନ "

" ମୋ ଦେଶ ସ୍ବାଧୀନ "

1 min
168

ନାହିଁ ଇଷ୍ଟ ଇଣ୍ଡିଆ କମ୍ପାନୀ 

ନାହିଁ ଆଜି ଇଂରେଜ ଶାସନ ,

ହେଲେ ରାଜତନ୍ତ୍ର ଲାଠି 

ଶାସ୍ତି ଅପ୍ରତିମ ଏଠି 

କେମିତି ମୋ ଦେଶ ସ୍ବାଧୀନ !


ମନୁଷ୍ୟ ମନୁଷ୍ୟ ଭେଦେ

ହିଂସା, ଘୃଣା , ଦ୍ୱେଷ , ଭାବ ,

ପରସ୍ପର ମାତି ଦ୍ଵନ୍ଦେ

ଉପରେ ଭଦ୍ରର ସ୍ଵଭାବ ।

ନାହିଁ ତ ଗୋରା ମୁଲକ

ନାହିଁ ବେଠି ଖଟା ଜୀବନ ,

ହେଲେ ଭ୍ରମ ପଥ ଧାରେ 

ସବୁ ବିସୂଚିକା ଗ୍ରସ୍ତ ଏଠି

କେମିତି ମୋ ଦେଶ ସ୍ବାଧୀନ !


ଜ୍ଞାନ ବାତାୟନ ରୁଦ୍ଧ

ବିଚାର ତପ୍ତରେ ହେଜେ ,

ନିଷ୍ପେସିତ ଗଣ ଦେବତା

ଆପଣା ବଇରି ସାଜେ ।

ନାହିଁ ସେଇ ସତ୍ୟାଗ୍ରହ

ନାହିଁ ସେ କ୍ରୁଶ ବହନ ,

ହେଲେ ଅସ୍ପୃଶ୍ୟ ସ୍ବାର୍ଥରେ

ତୃଷ୍ଣାର ବ୍ଯଥା ଯେ ଏଠି 

କେମିତି ମୋ ଦେଶ ସ୍ବାଧୀନ !


ରୁଗଣ ମାନସିକତା

ନଗ୍ନ ରୂପ ନିର୍ଦ୍ଵନ୍ଦରେ , 

ଆଦର୍ଶ ଓ ନୈତିକତା

ଭେଦଭାବ ଅଶୁଦ୍ଧିରେ ।

ନାହିଁ ସେ ପ୍ରଶ୍ଵାସେ ଆଶା

ନାହିଁ ସେହି କ୍ରାନ୍ତି ଦିନ ,

ହେଲେ ଅସମାୟ ଜୀର୍ଣ୍ଣ

ଫୁଙ୍ଗୁଳା ତତ୍ତ୍ଵ ଦର୍ଶନ ଏଠି 

କେମିତି ମୋ ଦେଶ ସ୍ବାଧୀନ !


ମୈତ୍ରୀ କରୁଣାର ଉତ୍ସ

ଅକାରଣେ ନିର୍ଯ୍ୟାତିତ ,

ସୃଜନ ଚିତ୍ତଟେ ଆଜି

ହୋଇଅଛି ଅବାଞ୍ଛିତ ।

ନାହିଁ ସେ ସତ୍ୟ ଅହିଂସା 

ନାହିଁ ସେ ସୁଧା ବଣ୍ଟନ ,

ହେଲେ କର୍ତ୍ତବ୍ୟର ବାହାନାରେ

ବିବେକ ଲୁଣ୍ଠିତ ଏଠି 

କେମିତି ମୋ ଦେଶ ସ୍ବାଧୀନ !


        

     


Rate this content
Log in

Similar oriya poem from Abstract