ସ୍ମୃତି ର ଅପେକ୍ଷା
ସ୍ମୃତି ର ଅପେକ୍ଷା
ଅପେକ୍ଷାର ଦୂରତାକୁ ମାପି ମାପି
ଯେବେ ମୁଁ ଫୁଲେଇ ପ୍ରଜାପତି ସହ ଭେଟ ହେଲି,
ଭାବିନେଲି ନିଜେ ମଧ୍ୟ ତା'ର ଡେଣା କୁ ଧରି
ବହୁ ଦୂରକୁ ଉଡିଯିବି।
କିନ୍ତୁ ସେ ପ୍ରଜାପତି ର ଡେଣାରେ
ନା ନିଜକୁ ଉଡାଇପାରିଲି,
ନା ବହୁ ଦୂରକୁ ଯିବାର ଆଶାକୁ
ସେଇଠି ମାରିପାରିଲି।
ମୁଁ କେବଳ ଅପେକ୍ଷାର ଦୂରତାକୁ ମାପିଚାଲିଲି
ପୁଣି ଏକ ଦୂରତା ର ଅପେକ୍ଷାରେ ରହି।
ନୀରବତା ର କାହାଣୀ ଶୁଣି ଶୁଣି
ଯେବେ ମୁଁ ମଳୟ ପବନ ସହ ଭେଟହେଲି,
ଭାବିନେଲେ ତା'ର ମୃଦୁ ପବନ ରେ
ନିଜକୁ ସମ୍ପୂର୍ଣ୍ଣ ରୂପେ ଝୁମେଇଦେବି।
କିନ୍ତୁ ମଳୟ ର ସେ ଝୁମା ପବନରେ
ନା ନିଜକୁ ଝୁମେଇପାରିଲି,
ନା ସେ ମୃଦୁ ମଳୟ ରେ
ନିଜକୁ ହଜେଇପାରିଲି।
ମୁଁ କେବଳ ସେଇ ନୀରବତାର କାହାଣୀକୁ ଶୁଣିଚାଲିଲି
ପୁଣି ଏକ ନୀରବତା ର ଅପେକ୍ଷା ରହି।
ସ୍ମୃତି ର ଛବିକୁ ଆଙ୍କୁ ଆଙ୍କୁ
ଯେବେ ରତୁରାଜ ବସନ୍ତ ସହ ଭେଟହେଲି,
ଭାବିନେଲି ତା'ର ନୂତନ ରଙ୍ଗ କୁ ନେଇ
ନିଜର ସ୍ମୃତି କୁ ଆହୁରି ରଙ୍ଗୀନ କରିବି।
କିନ୍ତୁ ବସନ୍ତ ର ସେ ରଙ୍ଗ ରେ
ନା ନିଜକୁ ରଙ୍ଗୀନ କରିପାରିଲି
ନା ତା'ର ନବ ବୈଭବ ରେ
ନିଜ ଛବିକୁ ସଜେଇ ପାରିଲି।
ମୁଁ କେବଳ ସେଇ ସ୍ମୃତି ର ଛବି କୁ ଆଙ୍କି ଚାଲିଲି,
ପୁଣି ଏକ ସ୍ମୃତି ର ଅପେକ୍ଷା ରହି।।
