ଅନୁଚିନ୍ତା
ଅନୁଚିନ୍ତା


ବିହଙ୍ଗମ ଗଣ ଉଡ଼ି ନାନା ରଙ୍ଗେ
କରି କେଁ କଟର ରଡି
କ୍ଷେତ ପରେ ଖାଦ୍ୟ ଖାଇଥାନ୍ତି ବସି
ସଂଧ୍ୟା ପୂର୍ବରୁ ବାହୁଡ଼ି ।
କଳ ରବ କରି ପଲ୍ଲୀ ବୃକ୍ଷ ଡାଳେ
ହୋଇ ସମବେତ ମେଳି
ମେଦିନୀ କମ୍ପାନ୍ତି ପକ୍ଷୀ ଉଚ୍ଚ ସ୍ୱରେ
ଲାଗି ଥାଏ ତ ଗହଳି ।
ଆମ ଗାଁ ର ସେ ଜମିଦାର ବାବୁ
ବସି ଘର ଅଗଣାରେ
ବିଚାର କରନ୍ତି ଫସଲ ସୁରକ୍ଷା
କରିବେ କି ପ୍ରକାରେ ।
ବିରି ଓ କୋଳଥ ଗହମ ମାଣ୍ଡିଆ
ମକା ଧାନ ଚାଷ କରି
ଜମିଦାର ବାବୁ ନିଯୁକ୍ତି କରିଲେ
କେତେ ସାମନ୍ତ ପ୍ରହରୀ ।
ଜାଲ ବସାଇବ ପକ୍ଷୀଙ୍କୁ ଧରିବ
ମୋ ପାଶେ ଧରି ଆଣିବ
ମୋ ଦରବାରରେ ବିଚାର କରିବି
ଦୋଷୀ କୁ ଦଣ୍ଡ ମିଳିବ ।
ଜାଲ ଦେଖି ପକ୍ଷୀ ଆସିଲେନି କ୍ଷେତେ
ଗୋଟିଏ ପକ୍ଷୀ ଧରିଲେ
ଜଗୁଆଳି ମାନେ&nb
sp; ଧରି ନେଇ ଯାଇ
ପକ୍ଷୀ କୁ ହଜାର କଲେ ।
ଦଣ୍ଡ ଦେବା କଥା ଶୁଣି ପକ୍ଷୀ ଟିଏ
କାକୁତି ମିନତି କରେ
ହଜୁର୍ ପ୍ରଥମେ ମୋ କଥା ଶୁଣନ୍ତୁ
ଦଣ୍ଡ ଦେବେ ମୋତେ ପରେ ।
ଏ ବିସ୍ତୀର୍ଣ୍ଣ କ୍ଷେତ ମୁ ଛୋଟିଆ ପକ୍ଷୀ
କଣ ବା ଖାଇ ପାରିବି
ଦୁଇ କେଣ୍ଡା ଧାନ ମାତ୍ର ଖାଇ ଥାଏ
ଛଅ ଛିଞ୍ଚା ଥଣ୍ଟେ ଧରି ।
ଦୁଇ ଛିଞ୍ଚା ମୋର ବୃଦ୍ଧ ପିତା ମାତା
ଦୁଇ ଛିଞ୍ଚା ମୋ ଶାବକ
ଆଉ ଦୁଇ ଛିଞ୍ଚା ମୋ ପାଖ ପଡୋଶୀ
ରୋଗା ଗ୍ରସ୍ଥେ ଥାନ୍ତି ପାଖ ।
ଜୀବନ ରେ ଯଦି ଏତିକି ନ କରେ
ତେବେ ମୋ ଜୀବନ ବ୍ୟର୍ଥ
ଉପଯୁକ୍ତ ତତ୍ତ୍ଵ ଶୁଣି ପକ୍ଷୀ ଠାରୁ
ଜମିଦାର ଅସ୍ତ ବ୍ୟସ୍ଥ ।
ଜୀବ ଧର୍ମ ପାଳି ଜୀବନ ରଖିଛି
ପ୍ରତ୍ୟେକଙ୍କୁ ଶିକ୍ଷା ଦେଇ
ମୁକ୍ତ କରି ଦେଲେ ପକ୍ଷୀ କଥା ଶୁଣି
ଏକାଗ୍ରତା ଚିତ୍ତ ହୋଇ ।