STORYMIRROR

DEEPIKA DASH

Tragedy

3  

DEEPIKA DASH

Tragedy

ପ୍ରତାରଣା

ପ୍ରତାରଣା

1 min
2.5K

ନିଜର ସର୍ବସ୍ୱ ତୁମକୁ

     ସମର୍ପି ଦେଲା ପରେ

      ତୁମ ପାଖେ ଆଜି ସାଜିଛି

      ମୁଁ ଏକ ଅପରିଚିତା

ଏକ ଅଦରକାରୀ ମୁହଁ

      ଯାହା କେବେ ଥିଲା

      ତୁମ ପାଇଁ ଏକ ଚର୍ଚ୍ଚିତା

ତୁମ ପ୍ରେମର ଗଭୀରତା

      ଆକଳନ କରି ନ ପାରି

ପିପାସୁ ଦେହର ତୃଷ୍ଣା ମେଣ୍ଟାଇ ମେଣ୍ଟାଇ

      ସାଜିସାରିଛି ମୁଁ ବ୍ୟଭିଚାରିଣୀ 

କାମୁକ ପ୍ରେମିକର ବାସନାର ଶିକାର ହୋଇ

      ଭଙ୍ଗା ହୃଦୟକୁ ନେଇ ଇତସ୍ତତଃ ଘୁରିବୁଲେ

     ନିଜେ ନିଜର ପରିଚୟ ପାଇଁ

ଜାଣିଗଲି ତୁମ ପ୍ରେମ ଥିଲା

       ପ୍ରତାରଣାର ଏକ ଗନ୍ତାଘର

ହେଲେ ଭୁଲିଗଲ କେମିତି

     ମୋ ପାଇଁ ତ ଥିଲା

     ଦିନେ ସେ ସ୍ୱର୍ଗ ନଅର ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy