STORYMIRROR

Papu parida

Classics Others Children

3  

Papu parida

Classics Others Children

ବାପା

ବାପା

1 min
286


ହାତଧରି ମତେ ଚାଲିଶିଖେଇଛ 

ଖେଳିବା ଆଉ ବୁଲିବା।

ଶିଖେଇଛ ତୁମେ ଜୀବନଯୁଦ୍ଧରେ

କେମିତି ଆଗକୁ ବଢ଼ିବା।


ତୁମେ ହିଁ ତ ସିଏ ମୋହରି ପାଇଁ

ଖଟୁଅଛ ଦିନ ରାତି।

ମୁଁ ଆସିଲା ଦିନଠୁ ଭୁଲିଗଲ ତୁମେ

ଜୀବନର ସୁଖଶାନ୍ତି।


ଭୁଲିଗଲ ତୁମେ ତୁମରି ସପନ

ତୁମରି ହସବିଳାସ।

ମୋହରି ଭବିଷ୍ୟ କରିବାପାଇଁ ହେ ଉଜ୍ଜ୍ୱଳ

ଦେଇଦେଲ ସବୁ ଝାସ।


ଜୀବନ ପଥରେ ଯଦି କେବେପୁଣି

ତୁମକୁ କରିବାକୁ ପଡେ ଦୂର।

ମୃତ୍ୟୁଟା ତାଠାରୁ ସହଜ ହେବ ହେ

କରିବିନି କେବେ ପର।


ଦେଖୁଅଛି ମୁହିଁ ଦୁନିଆ ଦାଣ୍ଡରେ

ବାପା ପାଉଅଛି ଅପମାନ।

କେମିତି ଭୁଲନ୍ତି ମୂର୍ଖ ଲୋକ ସବୁ

ତୁମରି ମହତ ଦାନ।


ବୁଝୁନାହିଁ କାହିଁ ବାପା ହୋଉଛନ୍ତି

ନିହାତି ସାକ୍ଷାତ ଈଶ୍ୱର।

ତାଙ୍କ ଅପମାନ କରି ପୁଣି ତୁହି

ଗଢିବୁ ସୁଖର ସଂସାର।


ସୁଧୀରି ଯାଆରେ ମଣିଷ ଭାଇମୋ

କରରେ ତାଙ୍କରି ଆଦର।

ତୁ ଖୁସୀ ହେଲେ ସେ ଖୁସି ହୁଏ

ହେବ ତୋ ଜୀବନ ସାକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics