STORYMIRROR

DILIP KUMAR SAHOO

Children

4.0  

DILIP KUMAR SAHOO

Children

ମେଘ

ମେଘ

1 min
215


 ବିଜୁଳି ଚମକ ଘଡଘଡି ଡାକେ       

     ଥରାଇ ଆକାଶ ଛାତି

ଗିରିଷମ ଶେଷେ ମେଘ ଯେବେ ଆସେ   

     ହସଇ ଶୁଖିଲା ମାଟି ।

ମେଘକୁ ତ ଦେଖି ନାଚଇ ମୟୂର

ପୁଛ ତାର ମେଲିଦେଇ

ନଦେଖିଲା ଆଖି ରହିଯାଏ ଲାଖି

ମନନିଏ ସେତ ମୋହି ।

ନିର୍ମଳ ଆକାଶ ଧୂସର ପାଲଟେ

ମେଘରଙ୍ଗି ପାଟ ନାଇ

ଭିଜାମାଟି ବାସେ ବିଲବାଡି ହସେ

ବରଷା ପରଶ ପାଇ ।

ମେଘ ଆସୁ ଆସୁ ସୁଲୁସୁଲୁ ବାଆ

ଶୀତଳ ପରଶ ଦିଏ

ମେଘ ଆସୁଅଛି ବରଷା କୁ ନେଇ

ମଧୁର ମଧୁରେ କହେ ।

ଚାଷୀ କାନେକାନେ ମେଘ ରାଜା କହେ

ଆସିଛି ବରଷା ନେଇ

ଚାଷ ତରତର ବଣିଜ ତ ମଠ

କଥାଟି ଭୁଲିବ ନାହିଁ ।

ଭଲ ମେଘ ହେଲେ ଭଲ ଚାଷ ହୁଏ

ଅମଳ ମିଳଇ ଭଲ

ବାଟ ଭୁଲିଗଲେ ବଉଦ ବରଷା

ଚାଷୀ ହୁଏ କଲବଲ ।


 


Rate this content
Log in

Similar oriya poem from Children