ବିଦ୍ୟାର୍ଥୀ
ବିଦ୍ୟାର୍ଥୀ


ସୁଜନେ ପ୍ରତିଭାର ନୂତନ ଆଲୋକ
ନବଜାଗରଣେ ଜ୍ଞାନର ପ୍ରଦୀପ
ଅନ୍ଧାରକୁ ଦୂର କରି କରେ ଆଲୋକିତ
ବିଦ୍ୟା ବଳେ ତାହା ବିଦ୍ୟାର୍ଥୀ ପରିଚିତ ।
ଦୁନିଆଁକୁ ଦିଏ କେତେ ଯେ ମହକ
ଗଢେ ଡାକ୍ତର , ଇଞ୍ଜିନିୟର ଆଉ ବୈଜ୍ଞାନିକ
ସେ କେବଳ ବିଦ୍ୟାର୍ଥୀର କଠିନ ପରିଶ୍ରମ
ସଫଳତାର ଶ୍ରେଷ୍ଠ ଉପନିତ ତା ନାମ ।
ବିଦ୍ୟା ହେଲେ ତା ପଥର ପାହାଚ
ସେ ଯେ ବାଟର ବାଟୋଇ
ଶିକ୍ଷା ତା ଜୀବନର ଲକ୍ଷ୍ୟ ହେଲେ
ବିଦ୍ୟାର୍ଥୀ ତା ଜ୍ଞାନ ଆହୋରଣର ସିପାହୀ ।
ଭୋର ଚାରିଟାରୁ ଉଠି ଯେସନେ
ବହି ଖୋଳି ବିଦ୍ୟାର୍ଥୀ ନିତି ପାଠ କରେ ମନେ
ଆଳସ୍ୟ କର୍ମଠ ଗୁଣ ନଥାଏ ତା ଦିହେ ।
ଶିକ୍ଷକଙ୍କ କଥା ମାନି ଭଲ ମଣିିିିିଷ ହୁଏ ଦିନେ ।