STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ନଈ ଆମ ଆପଣାର

ନଈ ଆମ ଆପଣାର

1 min
263

ପୂଣ୍ୟମୟୀ ସ୍ରୋତସ୍ଵିନୀ

     କଳକଳ ନାଦିନୀ,

ଚପଳଛନ୍ଦା ପବିତ୍ରା ତୁମେ

  କଲ୍ୟାଣକାରୀ ଜନନୀ।

କି ସୁନ୍ଦର ଆହା ନୀର ଧାର ତୁମ

ଅମୃତ ,ସ୍ଵଛ ପାଣି,

ତୃଷାର୍ତ୍ତର ତୃଷା ହୁଅଇ ମୋଚନ

ତୋତେ ପାନ କଲାକ୍ଷଣି।

କେତେ ପଶୁପକ୍ଷୀକୀଟ ତରୁଲତା

ଆତ୍ମା ସନ୍ତୋଷ ମା କରୁ,

ଗଙ୍ଗା ଯମୁନା ବୈତରଣୀ 

ମହାନଦୀ ପରିଚୟରୁ।

କେତେ ଶାନ୍ତି ଲାଗେ ନଈ କୂଳେ ବହି

ଭାବନା କେତେ ମହତ,

ନଈ କୂଳେ ବସି କରେ ସଂରଚନା

କବିତା ପ୍ରବନ୍ଧ ଗୀତ।

ନଈ ନାମକୁ ତୋ କରିଛୁ ସାର୍ଥକ

ନଈ ଆମ ଆପଣାର,

ତୋ ବାଲୁକା ରାଶି ସୁଶୀତଳ ଆହା

ଆଉ କେ ଅଛି ଏ ପ୍ରକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational