STORYMIRROR

Madhabi Patel

Children

3  

Madhabi Patel

Children

ମେଘ

ମେଘ

1 min
186


ହେ ମେଘ

ଅମ୍ବରର ଶୋଭା ତୁହି

କେବେ ଧଳା ଗୋଲାପି ଧୂସର

ପୁଣି ହଳଦିଆ ନୀଳ।

ତୋ ଉଦରେ କେତେଯେ ସମୁଦ୍ରଜଳ

ଲୁକ୍କାୟିତ କରିଥାଉ ଠୁଳ।

କେତେ ଯେ ଗରମ ବାଷ୍ପ

ଅନ୍ତରିକ୍ଷେ ଯାଇ ଭାସୁଥାଏ।

ଘନୀଭୂତ ହେଲେ ବର୍ଷାହେଇ

ପୃଥିବୀ କୋଳକୁ ଫେରିଆଏ।

ମେଘରେ

ତୁତ ବାନ୍ଧବ ଜଗତର।

ତୋରିପାଇଁ ତୃଷିତ ମାଟି

ଚାହିଁଥାଏ ବର୍ଷିବୁ ତୁ ଜଳ।

ତୋ ଆଗମନରେ ହସେ

ବିଲରେ ଫସଲ।

ଭରିଯାଏ ନଈନାଳ।

ତୋ କୃପାରେ ନୃତନ ସୃଷ୍ଟି

ହୁଏ ସରଞ୍ଚନା।

ତୁଜଳିପୋଡି ଘନିଭୁତ ହେଉଥାଉ

ଆସୁଥାଉ ଯାଉଥାଉ।

ଏକେମିତି ପ୍ରେମ ଧରା ସହ

ଦୂରେ ଥାଇ ଶୁଣିପାରୁ

 ଦଗ୍ଧ ମାଟିର ଚିତ୍କାର।

ଅଥୟ ହୁଏତେ ପ୍ରାଣ

ଘନୀଭୂତ ହୁଏ ଦେହ।

ଛାଡି ଆକାଶର ମୋହ।

ଟପ୍ ଟପ୍ ବର୍ଷା ହେଇ

ଫେରିଆସୁ ପୁଣଥରେ

 ପୃଥିବୀର କୋଳ।

ପୃଥିବୀ ଓ ଆକାଶର ପ୍ରେମେବନ୍ଧା

ତୁ ଖେଳୁଥାଉ ଖେଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children