STORYMIRROR

Tapaswini DashSarangi

Children Stories Inspirational Children

3  

Tapaswini DashSarangi

Children Stories Inspirational Children

ମୁଁ ଶିଶୁଟିଏ

ମୁଁ ଶିଶୁଟିଏ

1 min
177

ଚପଳମନା ମୁଁ ଶିଶୁଟିଏ

ବିଶ୍ଵ ଉପବନେ କଢ଼ିଟିଏ

ଫୁଟିବାକୁ ଦିଅ ଜଗତ ପୃଷ୍ଠରେ

ମାଳି ପରି ଯତ୍ନ ଟୋପେ ଚାହେଁ।


      ଜାଣିନାହିଁ ମୁଁ ଏ ସୃଷ୍ଟି ନୀତି

     ଗାଇ ଜାଣି ନାହିଁ ତା'ର ଗୀତି

    ଗୁରୁ ହୋଇ ଯଦି ପଥ କଢେଇବ

      ବାଟବଣା ହେବ ନାହିଁ ମତି।

 

            ନିଷ୍ପାପ ସରଳ ଚିତ୍ତ ମୋର

           ଜାଣି ନାହିଁ କେ ଆପଣା ପର

        ଶିକ୍ଷା ସଂସ୍କାରର ଉର୍ଜା ଭରିଦେଲେ

         ଭବିଷ୍ୟ ହେବନି ଅନ୍ଧକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍