ମୁଁ ଶିଶୁଟିଏ
ମୁଁ ଶିଶୁଟିଏ
1 min
170
ଚପଳମନା ମୁଁ ଶିଶୁଟିଏ
ବିଶ୍ଵ ଉପବନେ କଢ଼ିଟିଏ
ଫୁଟିବାକୁ ଦିଅ ଜଗତ ପୃଷ୍ଠରେ
ମାଳି ପରି ଯତ୍ନ ଟୋପେ ଚାହେଁ।
ଜାଣିନାହିଁ ମୁଁ ଏ ସୃଷ୍ଟି ନୀତି
ଗାଇ ଜାଣି ନାହିଁ ତା'ର ଗୀତି
ଗୁରୁ ହୋଇ ଯଦି ପଥ କଢେଇବ
ବାଟବଣା ହେବ ନାହିଁ ମତି।
ନିଷ୍ପାପ ସରଳ ଚିତ୍ତ ମୋର
ଜାଣି ନାହିଁ କେ ଆପଣା ପର
ଶିକ୍ଷା ସଂସ୍କାରର ଉର୍ଜା ଭରିଦେଲେ
ଭବିଷ୍ୟ ହେବନି ଅନ୍ଧକାର।
