STORYMIRROR

JUDHISTHIRA MUDULI

Children

3  

JUDHISTHIRA MUDULI

Children

କବିତା:-ଶିଶୁ

କବିତା:-ଶିଶୁ

1 min
319


ଶିଶୁ ଯେ ଆଗତ ଶିଶୁ ଯେ ଭବିଷ୍ୟ

    ନିର୍ମାତା ଜଗତର

କାହିଁ କେତେ ଦିନୁ ରହିଆସୁଅଛି

   ମହିମା ତ ଏ ଶିଶୁର,


ଥିଲେ ମହାତମା ଗାନ୍ଧୀ,ଗୋପବନ୍ଧୁ

   ସେକ୍ରେଟିସ ଆଉ ଋଷୋ

 ରଖି ଯାଇଛନ୍ତି ମହିମା ଜଗତେ 

   ରଚିଲେ ଯେ ଇତିହାସ,


ଛୋଟ ଶିଶୁଟିଏ ଥିଲେ ଦିନେ ଏହି

    ବିଶ୍ୱ ବନ୍ଦିତ ନେତା

 ତୁଳସୀ ପରି ଯେ ବାସୁଥିଲା ତାଙ୍କ

    ମହିମା କିରାତି ଗାଥା,


ମାନବ ଜାତି ତ ସ୍ମରି ହେଉଅଛି

     ଦର୍ଶନ ଆଦର୍ଶ ତାଙ୍କ

କେବେ ରଚିନାହିଁ ନବ ଇତିହାସ

    ତାଙ୍କଠାରୁ ଯେ ଅଧିକ,


ନବ ଶତାବ୍ଦୀର ସନ୍ତାନ ତୁମେ 

   କ୍ଷୁଦ୍ର ପୁଷ୍ପର କଢି

ବିଚ୍ଛୁରିତ କର ମହକକୁ ତବ

    ବିଶାଳ ପଙ୍କଜ ପରି,


ବିତରି ଦିଅ ହେ ପ୍ରତିଭା ତୁମର 

    ପ୍ରଶମିତ କର ଜ୍ଞାନ

ସର୍ବ ହୃଦୟକୁ ଆହ୍ଲାଦିତ କର

   ସଭିଙ୍କର ରହୁ ମନ,


ପ୍ରିୟ ଶିଶୁଗଣ ଜାଗ୍ରତ ହୁଅ

   ଉଦ୍ୟତ କର ମନେ

ସର୍ବ ହୃଦୟକୁ ଜୟ କରିଯାଅ

  ରହୁ କିରତିର ଚିହ୍ନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children