STORYMIRROR

SUKANTA KHANDA

Children

4  

SUKANTA KHANDA

Children

ରଜ ସଂକ୍ରାନ୍ତି

ରଜ ସଂକ୍ରାନ୍ତି

1 min
381


ରଜ ସଂକ୍ରାନ୍ତିରେ ବୁଲି ଯାଇଥିଲି 

     ଅଜାଙ୍କ ଘର

ଅଜା ଦେଖି ମୋତେ କୋଳେଇ କହିଲେ 

    ଧନ ମୋହର।


ଏକଲା ଆସିଛୁ ସାଙ୍ଗରେ କେହିବି

    ଆସିଲେ ନାହିଁ

ଡର ଲାଗିଲାନି ରେଳରେ ବସିକି

    ଆସିଲୁ ଧାଇଁ।


କହିଲି ବୁଝାଇ ଅଜା ହେ' ଶୁଣନ୍ତୁ

   ମୋହର କଥା

ମାଆ ମୋତେ କହିଗଲେ ଆରେ ପୁଅ

   ମୁଣ୍ଡକି ବ୍ଯଥା ।


ଏତେ ଦୂର ଯାଇ ହେବନିରେ ଆଜି 

    ରଜ ସଂକ୍ରାନ୍ତି

ଘରେ ପିଠାପଣା ସହିତ ପୂଜାରେ 

   ହୋଇବା ଶାନ୍ତି।


ଯଦି ଭାବୁଅଛୁ ଅଜାଙ୍କୁ ଦେଖିବା 

   ନିଜେ ବୁଲିଆ

ଯାଇ ତ ହେବନି ବୃଥାଟାରେ କିଆଁ 

   ଖେଳିବୁ ଯାଆ।


ମନକୁ ମୋହର ପୁରୀ ବୃନ୍ଦାବନ

    ଭାବି ଚାଲିଲି

ମନ ଗହନରେ ଗୁଣୁଗୁଣୁ ହୋଇ 

   ରେଳ ଧରିଲି।


ଓହ୍ଲାଇକି ଆଜି ଚାଲି ଆସିଅଛି 

   ସଂକ୍ରାନ୍ତି ଦେଖି

ବୁଲାଇ ନେଉନୁ ରଜ ମହୋତ୍ସବ 

   ହୋଇବି ସୁଖି।


ଅଜା ନେଇଗଲେ ରଜ ମହୋତ୍ସବ 

    ପଡି଼ଆ ଆଡେ଼

ନାଚ ଆଉ ଗୀତ ଚାଲିଥିଲା ଆହା 

   ରାସ୍ତାର କଡେ଼।


ବୁଲାଇ ଦେଖାଇ ଖୁଆଇଲେ ମୋତେ

    ମାଂସ ବିରିୟାନି

ପିଜା ସହ ମୋତେ ଚିକେନ ପକୋଡା଼

    କିଣିଲେ ପୁଣି।


ଆଈଙ୍କୁ ଦେବାରୁ ଚିହିଁଙ୍କି କହିଲେ 

    ଅସୁର ଦଳ

ରଜ ସଂକ୍ରାନ୍ତିରେ ଆଇଁଷ ଖାଇଲ 

    ମୋହରି କୁଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children