ରହିବା ନିର୍ଭୟ ହୋଇ
ରହିବା ନିର୍ଭୟ ହୋଇ
ମୁଁ ମଣିଷ,
କୁହଇ ନିଜକୁ ଶ୍ରେଷ୍ଠ ଜୀବ,
କିନ୍ତୁ ଧରିଛି ବେଶ, ଦାନବ ।
ମୁଁ ମଣିଷ,
କୂଟ ଚକ୍ରାନ୍ତରେ,
ସଭିଙ୍କୁ ହରାଇବା,
ମୋର ଅଭ୍ୟାସ ।
ମୁଁ ମଣିଷ,
ବିଶ୍ୱାସରେ ଦିଅଇ ବିଷ,
ଉପରକୁ ଯିଏ ଉଠିଲା,
ମୁଁ କରି ଦିଏ ତାକୁ ଶେଷ ।
ମୁଁ ମଣିଷ,
କଳେ ବଳେ,
ଅନ୍ୟାୟରେ,
ଜିତିବାଟା ମୋର ଅଭ୍ୟାସ ।
ମୁଁ ମଣିଷ,
କାମନା ମୋର,
ଅତି ପ୍ରଖର,
ହୁଏ ନାହିଁ କେବେ ଶେଷ ।
ମୁଁ ଅବିଶ୍ୱାସୀ ମଣିଷ,
ମୋର ନିହିତ ସ୍ୱାର୍ଥରେ,
ନିଜ ସୁଖ ପାଇଁ,
ମୁହିଁ ସବୁ କରି ପାରେ ।
ନିଜେ ବଞ୍ଚିବl ପାଇଁ
ମୁହିଁ ସବୁ କରିପାରେ,
ମୁଁ ମଣିଷ,
ଦାନଵ ସଦୃଶ
ଜୀବ ଜଗତ ପ୍ରକୃତିକୁ
କରେ ମୁହିଁ ନାଶ ।
ମୁଁ ମଣିଷ,
ଉପରକୁ ଯିବା,
ସଦା ରହେ ନିଶା,
ରୁହେ ମୋର ବେଉସା,
ସେଥିପାଇଁ ସୃଷ୍ଟି କରେ
ବିବାଦ ମଣିଷ ମଣିଷ ଭିତରେ ।
ସବର୍ଣ୍ଣ ଓ ଅସବର୍ଣ୍ଣ ଭେଦ ଭାବ,
ଧରମ ନାମରେ ଭେଦ ଭାବ,
ଫାଟ କରାଇ ମଣିଷରେ,
ଚେଷ୍ଟା ଚାଲେ ତାହାର ଫାଇଦା ନେବାରେ
ମୁଁ ମଣିଷ ।
ମଲା ପରେ ମଣିଷ ମୁଁ
କେବଳ ଗୋଟାଏ ଶବ,
ଜାଣି ମଧ୍ୟ ଅଛି
ନିଜର ଘ୍ରୁଣା ,କ୍ରୋଧ ଭାବ,
ବଡ, ସାନ ଭେଦଭାବ ।
ମୁଁ ମଣିଷ,
ଜାଣିଛି ଯଦି
ପରସ୍ପରକୁ ଭଲ ପାଇବା,
ଦୋଷ କ୍ଷମା କରିବା,
ମନରେ ଶାନ୍ତି ପାଇବ! ।
ଜାତିବାଦରୁ ଉର୍ଦ୍ଧ୍ଵ କୁ ଉଠ!
କାହାର ହାତବାରିସି ନହୋଇ
ନିଜ ବିବେକ ଅନୁସାରେ ଜାଗି ଉଠ,
ଶାନ୍ତି ବ୍ୟାହତ କରିବାନି,
ରକ୍ତପାତ କରିବାନି,
ଶାନ୍ତି କେବେ ବ୍ୟାହାତ ହେବନି,
ରହିବା ନିର୍ଭୟ ହୋଇ,
ଯୁଦ୍ଧର ବିଭିଷୀକା ନଥାଇ ।
