STORYMIRROR

JUDHISTHIRA MUDULI

Others

3  

JUDHISTHIRA MUDULI

Others

ଦିବ୍ୟଦ୍ରଷ୍ଟା କବି

ଦିବ୍ୟଦ୍ରଷ୍ଟା କବି

1 min
226

 

ସୃଷ୍ଟିର ଯେ ସ୍ରଷ୍ଟା ରଚିଲେ ସଂସାର

   ମନୁଷ୍ୟକୁ ଦେଇ ଜ୍ଞାନ

ସମାଜର ହିତ ପାଇଁ ସେ ଅର୍ପିଲେ 

    କବିଙ୍କୁ ଯେ ଦିବ୍ୟଜ୍ଞାନ,


କବି କାଳିଦାସ ବାଲ୍ମୀକି ଓ ବ୍ୟାସ

   ରଚିଲେ ମହାନ ଗ୍ରନ୍ଥ

ଦିବ୍ୟ ଦୃଷ୍ଟି ବଳେ ସୃଷ୍ଟି କଲେ ସେ ଯେ

    ରାମାୟଣ-ମହାଭାରତ,


କବିଙ୍କର ଦୃଷ୍ଟି ଅଟଇ ଅନନ୍ୟ

  ସାଧାରଣ ଜନ ଠାରୁ

ସୃଷ୍ଟି କରିଥାନ୍ତି କବିତାର ଧାରା

  ନିଜର ଦିବ୍ୟଦୃଷ୍ଟିରୁ,


ମାତା ସରସ୍ୱତୀ ବରପୁତ୍ର ମଧ୍ୟେ

   କବିଗଣ ପରିଚିତ

ତାଙ୍କରି ଆଶିଷେ କବିତାର ସୃଷ୍ଟି

   ସାହିତ୍ୟ ଜଗତେ ଖ୍ୟାତ,


ଲେଖନୀ ମୁନରେ ଲେଖିହୋଇଯାଏ

   କେତେ ଯେ ଅକୁହା କଥା

କବି ହୃଦୟର ଗହନ ବନରେ

  ମନ ତଳେ ଯେତେ ବ୍ୟଥା,


ଚିର ବନ୍ଦନୀୟ ଚିର ସ୍ମରଣୀୟ 

 କବିକୁଳ କାଳେ କାଳେ

ଜଗତ ଜନଙ୍କ କଲ୍ୟାଣ ପାଇଁ କି

  ଲେଖନୀର ସ୍ରୋତ ଚାଲେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍