ସ୍ଵଭାଵ ଓ ବଚନ
ସ୍ଵଭାଵ ଓ ବଚନ
1 min
175
ମଣିଷ ଜନମ ଅଟଇ ଦୁର୍ଲ୍ଲଭ
ଦିବ୍ୟ ଏହି ମହୀତଳେ
ସାରା ଜଗତକୁ ଆୟତ୍ତ କରିଛି
ବୁଦ୍ଧି ଜ୍ଞାନ ମାୟା ବଳେ
ପାଞ୍ଚ ମନ ଆଉ ପଚିଶି ପ୍ରକୃତି
ସ୍ଵଭାଵ ଯେ ମଣିଷର
ଭାବର ଅଭାବେ ନଷ୍ଟ ହୋଇଥାଏ
ସବୁ କିଛି ଶିଷ୍ଟାଚାର
ମଧୁର ବଚନ ମନ ମୋହିଥାଏ
ସମ୍ମାନ ଦିଅଇ ଜନେ
ସାରା ଜଗତରେ କୃତିତ୍ଵ ବଢ଼ାଏ
ପ୍ରିୟଜନ ବରଦାନେ
କାୟ ମନ ବାକ୍ୟ ପବିତ୍ର ହୋଇଲେ
ସ୍ଵଭାଵ ହୁଅଇ ଭଲ
ସତ୍ୟ ବଚନରେ ବ୍ରତୀ ହେଲେ ସଦା
ବୃଦ୍ଧି ହୁଏ ପୂଣ୍ୟ ବଳ
କର୍ମ ଯେ କରିବା ଧର୍ମ ଆଚରିବା
ବାଣ୍ଟିବା ଈଶ୍ୱର ବାର୍ତ୍ତା
ସ୍ୱଭାବକୁ ସଦା ଉଦାର କରିବା
ତୋଷହେବେ ସୃଷ୍ଟିକର୍ତ୍ତା
