Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JUDHISTHIRA MUDULI

Inspirational

3.9  

JUDHISTHIRA MUDULI

Inspirational

ଗୁରୁ ହିଁ ମହାନ

ଗୁରୁ ହିଁ ମହାନ

1 min
531


ଗୁରୁବ୍ରହ୍ମା ଗୁରୁଵିଷ୍ଣୁ ମହେଶ୍ୱର

  ଗୁରୁ ସାକ୍ଷାତ ଈଶ୍ୱର

ଗୁରୁଙ୍କ ଗାରିମା ସବୁଠୁ ଉଚ୍ଚରେ

  ନାହିଁ ଯାର ପଟ୍ଟାନ୍ତର ।


ପ୍ରାଚୀନ ସଂସ୍କୃତି ପରମ୍ପରା ରୀତି

   ଗୁରୁକୂଳ ଥିଲା ଶ୍ରେଷ୍ଠ

ଶିଷ୍ୟ ଉପମନ୍ୟୁ ଆରୁଣୀ ପ୍ରଭୃତି

   ଶିଷ୍ୟଗଣ ସର୍ବଶ୍ରେଷ୍ଠ ।


ଅଜ୍ଞାନର ଅନ୍ଧକାର ଦୂରକରି

   ବିତରି ଜ୍ଞାନର ବତୀ

ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ କରି

   ଲଭେ ଗୁରୁ ଶାନ୍ତି ନୀତି ।


ଦୟା-କ୍ଷମା-ସଦାଚରରେ ଭୂଷିତ

    ଶିକ୍ଷକ ଏହି ସଂସାରେ

କେତେ ଯେ ବିଦ୍ୱାନ ଜ୍ଞାନୀ-ଗୁଣି ଜନ

    ସୃଷ୍ଟି ଗୁରୁଙ୍କ ହସ୍ତରେ ।


ଜୀବନର ପ୍ରତି ପର୍ଯ୍ୟାୟ ମଧ୍ୟରେ 

   ଅନେକ ଗୁରୁ ଆସନ୍ତି

କ୍ରୀଡା-ନୃତ୍ୟ-ଗୀତ ସହପାଠ ଆଦି

   ଶିକ୍ଷା ସବୁ ଦେଇଥାନ୍ତି ।


ଶିଷ୍ୟର ମଙ୍ଗଳ ସଦା ଚାହିଁଥାନ୍ତି

    ସମର୍ପି ନିଜ ଜୀବନ

ନହିଁ ଏ ସଂସାରେ ଗୁରୁଠୁ ଉର୍ଦ୍ଧ୍ବରେ

   ଧନ୍ୟ ତାଙ୍କ ସ୍ୱାଭିମାନ ।

   

    


Rate this content
Log in

Similar oriya poem from Inspirational