STORYMIRROR

JUDHISTHIRA MUDULI

Others

4  

JUDHISTHIRA MUDULI

Others

ଓଡ଼ିଶାର ବିଶେଷ ପର୍ବ

ଓଡ଼ିଶାର ବିଶେଷ ପର୍ବ

1 min
659

ବିଶ୍ୱ ଦରବାରେ ଓଡ଼ିଶା ବନ୍ଦିତ 

  ସଂସ୍କୃତି ଐତିହ୍ୟ ପାଇଁ

ବାରମାସେ ତେର ପରବ ପାଳିଣ

  ଓଡ଼ିଆ ଗର୍ବ କରଇ ।।

କୃଷକ ଭାଇର ନାହିଁ ପଟାନ୍ତର

   ଅନ୍ନଦାତା ଜଗତର

ପ୍ରତିଟି ଓଡ଼ିଆ ପରବ ପାଳଇ

   କୃଷିକୁ ଦେଇ ନଜର ।।

ଅକ୍ଷୟ ତୃତୀୟା ପରବଟି ସାର

   ଆକ୍ଷିମୁଠି ଅନୁକୂଳ

ଗଜା ବିହନକୁ ରୋପଣ କରଇ

  କ୍ଷେତ ମଧ୍ୟରେ ସଅଳ ।।

ଚିତ୍ରଲାଗି ଅମାବାସ୍ୟାରେ ଚିତଉ

   ପିଠାର ମହକ ବାସେ

କ୍ଷେତ ମ6ଧ୍ୟ ଏହା ସମର୍ପିତ ହୁଏ

   ଚିର ସବୁଜିମା ହସେ ।।

ଗହ୍ମା ପୁନେଇରେ ବଳଭଦ୍ର ଜନ୍ମ

   ପୂଜନ ଯେ ଘରେ ଘରେ

ଗୋମାତାଙ୍କ ଆଶୀର୍ବାଦ କାମନା ଯେ

   କୃଷକ ସର୍ବଦା କରେ ।।

ନୂଆଖାଇ ପର୍ଵ ଅଟଇ ନିଆରା

   ଫସଲ ଅମଳ ବେଳେ

ନୂଆ ଧାନ ଅନ୍ନ ଖାଇଣ ସରବେ

   ମନରେ ଆନନ୍ଦ ଖେଳେ ।।

ଧରଣୀ ବକ୍ଷରେ ଶସ୍ୟଶ୍ୟାମଳାରେ

    କୃଷକର ମନ ଖୁସି

ତିନି ଦିନ ଧରି ପାଳନ କରଇ

    ରଜ ପରବଟି ହସି ।।

ଗିରି ଗୋବର୍ଦ୍ଧନ ପୂଜା କରିଥାଏ

  କୃଷକ ଅତି ଭକ୍ତିରେ

ଇନ୍ଦ୍ର ଦେବଙ୍କର ଆଶିଷ ଲଭଇ

  ବରଷା ହେଲେ କ୍ଷେତରେ ।।

 ମହା ଆନନ୍ଦରେ ଅତୀବ ନିଷ୍ଠାରେ

  ଓଡ଼ିଆ ପର୍ଵ ପାଳଇ 

ବାରମାସେ ତେର ପରବ ପଡଇ

  କୃଷି କୃଷକକୁ ନେଇ ।।

 



Rate this content
Log in