STORYMIRROR

JUDHISTHIRA MUDULI

Others

3  

JUDHISTHIRA MUDULI

Others

ସ୍ୱାଧୀନ ଭାରତ

ସ୍ୱାଧୀନ ଭାରତ

1 min
178


ପୁଣ୍ୟ ଭୂମି ଆମ ଭାରତ ଭୂଖଣ୍ଡ

  ଶାନ୍ତି ମୈତ୍ରୀ ଭାବେ ବନ୍ଧା

ଥିଲା ଦିନେ ଏହା ଇଂରେଜ ଶାସିତ

   ପରାଧୀନତାରେ ଛନ୍ଦା ।


ଗାନ୍ଧୀ ଗୋପବନ୍ଧୁ ସର୍ଦ୍ଦାର ନେହେରୁ

    ମହାମାନବଙ୍କ ପାଇଁ

ଇଂରେଜ ଶାସକ ପଳାୟନ କଲେ

    ଛାଡି ଏ ଭାରତ ଭୂଇଁ ।


ସତ୍ୟ ଓ ଅଂହିସା ଦୁଇଟି ଅସ୍ତ୍ରରେ

   ପରାସ୍ତ ହେଲେ ଫିରିଙ୍ଗି

ମହାତ୍ମାଗାନ୍ଧୀଙ୍କ ମହାନ ନୀତିରେ

    ସର୍ବ ଜନ ଆନୁରାଗି ।


 ମହାନ ଏ ଦେଶ ମହାନ ତା ଗାଥା

    ମହାନ ତାର ଗାରିମା

କୋଟି ଜନତା ଯେ ଏକତାରେ ବନ୍ଧା

     ଗଣତନ୍ତ୍ରର ମହିମା ।


ସ୍ୱାଧୀନ ଦେଶର ସନ୍ତାନ ଆମେରେ

    ମୁକ୍ତ ବିହଙ୍ଗ ସମାନ

ଆମ ହାତେ ଆମେ ଶାସନ କରୁଛୁ

    ରଖି ମାନ ସନମାନ ।


ପଞ୍ଚସ୍ତରୀ ବର୍ଷ ବିଗତ ହୋଇଛି

   ସ୍ବାଧୀନତା ପ୍ରାପତିର

ଜ୍ଞାନ-ବିଜ୍ଞାନ ଓ ସ୍ୱାସ୍ଥ୍ୟ-ଶିକ୍ଷା କ୍ଷେତ୍ରେ

   ବଢିଛି ଯଶ ଦେଶର ।


ସାରା ବିଶ୍ୱ ମ6ଧ୍ଯ ଭାରତ ବର୍ଷର

    ସ୍ଥାନ ଅଟଇ ସ୍ୱତନ୍ତ୍ର

ହୋଇଣ ଏକତ୍ର ଭାରତୀୟ ଭାବ

    ଧରିବା ସମତା ମନ୍ତ୍ର ।


Rate this content
Log in