ନିଷ୍ଠା ଓ ଲକ୍ଷ୍ୟ
ନିଷ୍ଠା ଓ ଲକ୍ଷ୍ୟ
ସରବ ଜନଙ୍କ ଜୀବନ ମଧ୍ୟରେ
ଲକ୍ଷ୍ୟ ଏକ ଚିରସ୍ଥାୟୀ
ନିଷ୍ଠାପର ହୋଇ କାର୍ଯ୍ୟ କଲେ ସଦା
ଏହା ସହଜେ ମିଳଇ ।
ଲକ୍ଷ୍ୟହୀନ କର୍ମ ସଫଳ ହୁଏନି
ଯେତେ ପରିଶ୍ରମ କଲେ
ବିଳମ୍ବିତ କାର୍ଯ୍ୟ ସିଦ୍ଧି ହୋଇଥାଏ
ନିଷ୍ଠା ଯହିଁ ଏଠି ଥିଲେ ।
ସାହିତ୍ୟ ବିଜ୍ଞାନ ସମାଜ ସେବାରେ
ସବୁଥିରେ ନିଷ୍ଠା ଲୋଡ଼ା
ଲୋକ ଦେଖାଣିଆ କାମ କରୁଥିଲେ
ହୁଏ ସବୁଠି ଅଲୋଡା ।
ନିଜ ଲକ୍ଷ୍ୟ ସ୍ଥଳେ ପହଂଚିବା ପାଇଁ
କାର୍ଯ୍ୟ କରନ୍ତି ସରବେ
ଇପ୍ ସିତ ଲକ୍ଷ୍ୟଟି ପାଇ ଗଲାପରେ
ଜୀବନର ତୃପ୍ତି ଲଭେ ।
ନିଷ୍ଠା ଲକ୍ଷ୍ୟ ଦ୍ବୟ ଅଭିନ୍ନ ଅଟନ୍ତି
ସକଳ ପ୍ରାଣୀଙ୍କ ପାଇଁ
ଜୀବନର ପ୍ରତି ମୁହୂର୍ତ୍ତରେ ଏହା
ସଦା ବିକାଶ କରଇ ।
