STORYMIRROR

JUDHISTHIRA MUDULI

Others

4  

JUDHISTHIRA MUDULI

Others

କବିତା-ଦୀପାବଳୀ

କବିତା-ଦୀପାବଳୀ

1 min
296

ହିନ୍ଦୁ ପରମ୍ପରା ସଂସ୍କୃତି ଓ ପର୍ବ

   ଅଟଇ ଜଗତେ ସାର

ବାରମାସେ ତେର ପରବ ମହାନ

    ପୁରାଣ ଗ୍ରନ୍ଥ ଆମର  ।।   

କାର୍ତ୍ତିକ ମାସର ଅମାବାସ୍ୟା ତିଥି

    ଅମା ଅନ୍ଧକାର ବେଳେ

ପ୍ରଭୂ ରାମଚନ୍ଦ୍ର ବାହୁଡ଼ି ଆସିଲେ

  ଅଯୋଧ୍ୟା ନଗର କୋଳେ ।। 

ନିଧନ କରିଲେ ଦୁଷ୍ଟ ରାବଣକୁ

   ଉଡାଇ ବିଜୟ ଧ୍ଵଜା

ଅଯୋଧ୍ୟାର ନର ସ୍ୱାଗତ କରିଲେ

   ଜଳାଇ ପ୍ରଦୀପ ବାଜା ।।

ବଦବଡୁଆଙ୍କ ସ୍ମରଣ ପାଇଁ କି

  କାଉଁରିଆ କାଠି ଜାଳି

ପୂର୍ବପୁରୁଷଙ୍କ ଆଶୀର୍ବାଦ ପାଇଁ

  ଜପି ତାଙ୍କ ନାମ ମାଳି ।।

ଆଲୋକର ପର୍ଵ ଦୀପାବଳୀ ଏ ଯେ

   ଆନନ୍ଦ ଉଲ୍ଲାସ ଭରେ

ସାଥୀ ପ୍ରିୟଜନ ଏକାଠି ହୁଅନ୍ତି

   ଘେନି ଉତ୍ସାହର ଭାରେ ।।

ପାପ କଳଙ୍କକୁ ପୋଡି ଜାଲିଦେଇ

  ପୁଣ୍ୟର ଦୀପାଳି ଜାଳି

ଜୀବନ ଜ୍ୟୋତିକୁ ପ୍ରଜ୍ବଳିତ କରି

  ପାଳିବା ଯେ ଦୀପାବଳୀ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍