STORYMIRROR

JUDHISTHIRA MUDULI

Inspirational

3  

JUDHISTHIRA MUDULI

Inspirational

ଭକ୍ତ ଓ ଭକ୍ତି

ଭକ୍ତ ଓ ଭକ୍ତି

1 min
270


ସୃଷ୍ଟିର ଯେ ସ୍ରଷ୍ଟା ରଚିଲେ ଜଗତ

  ଦେଇ ମନୁଷ୍ୟକୁ ଦିବ୍ୟଜ୍ଞାନ

ସାରା ସଂସାର ତ ଚାଲୁଅଛି ସଦା 

  ଯାହା ବିଧାତାଙ୍କର ବିଧାନ ,


ଭକ୍ତ ଭଗବାନ ସର୍ବାଦା ଯୋଜିତ

    ପ୍ରାର୍ଥନା ଓ ତପ ବଳେ

ଭକ୍ତି ଭାବ ଯୋଗେ ଅସାଧ୍ୟ ସାଧନ

   ହୋଇଅଛି କାଳେ କାଳେ,


ସତ୍ୟ-ତ୍ରେତୟା ଓ ଦ୍ୱାପର ଯୁଗରେ 

     ପ୍ରହଲ୍ଲାଦ ହନୁମାନ

ଭକ୍ତ ସୁଦାମାଙ୍କ ଭକ୍ତି ଭାବ ସଙ୍ଗେ

     କେହି ନୁହଁନ୍ତି ସମାନ,


କଳିଯୁଗେ ପ୍ରଭୂ ଦାରୁବ୍ରହ୍ମ ରୂପେ

   ବିରାଜିତ ଶ୍ରୀକ୍ଷେତ୍ରରେ

ଜଗତର ନାଥ ଜଗନ୍ନାଥ ନାମେ

   ଭକ୍ତଜନ ମନ ହରେ,


ଦାସିଆ ବାଉରୀ ଭକ୍ତ ସାଲବେଗ

    ଭକ୍ତି ଅଟଇ ଅପାର

ଅଟକାଇଥିଲେ ନନ୍ଦିଘୋଷ ରଥ

    ଦୁଇ ଭକତ ପ୍ରବର,


ଦୁଇ ଦିନିଆ ଏ ମଣିଷ ଜୀବନେ

   ବିଭୂ ନାମ ଅଟେ ସାର

ଭକ୍ତି ଭାବନାକୁ ହୃଦୟରେ ବହି

   ସ୍ମରିବା ଆମେ ଈଶ୍ୱର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational