STORYMIRROR

SUKANTA KHANDA

Children

4  

SUKANTA KHANDA

Children

ରଜ ମଉଜ

ରଜ ମଉଜ

1 min
16


ରଜ ମଉଜକୁ ଦେଖି

ଚାରିଆଡେ଼ ଖାଲି ଲୋ ରାଗିଣୀ ଚୋଖି

ରାଗିଣୀ ଚୋଖି ଲୋ

ରଜରେ ହଳଦୀ ମାଖି।୧

ଚହଲି ଯାଉଛି ଗୀତ

ଗୀତ ଶୁଣିକରି ଲୋ ଆସୁଛ ମିତ

ଆସୁଛ ମିତ ଲୋ

ବର୍ଷକେ ଦେହକୁ ହିତ।୨

ଆସିଛି ରଜ ପୁନେଇଁ

ଦିଅ ଭାଇମାନେ ଲୋ ଦୋଳି ବନେଇଁ

ଦୋଳି ବନେଇଁ ଲୋ

ଖେଳିବୁ ଗୋଡ଼ ଲମ୍ବାଇ।୩

ଦୋଳି କଲା ରାଇଁଝାଇଁ

ଦୋଳି ଶବଦକୁ ଲୋ ଆସିଲ ଧାଇଁ

ଆସିଲ ଧାଇଁ ଲୋ

ଦୋଳି ତ ଛାଡି଼ବୁ ନାହିଁ।୪

ଖିଲିପାନ ଖାଇ ସବୁ

ଆମରି ଗାଆଁରେ ଲୋ ଯେତେକ ଥିବୁ

ଯେତେକ ଥିବୁ ଲୋ

ବର୍ଷକେ ରଜକୁ ଭାବୁ।୫

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children