STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ରଜ ମଉଜ

ରଜ ମଉଜ

1 min
230


ଗଣ ପରବ ରଜ ମଉଜ 

ମଧୁର ଅନୁଭୂତି

ମହାନ ଆମ ଜାତି ସଂସ୍କୃତି

ଜଗାଏ ପୂର୍ବ ସ୍ମୃତି ।

ଭାସେ ଆକାଶେ କଳା ବଉଦ

ବରଷେ ଝିପିଝିପି

ଗ୍ରୀଷ୍ମ ଉତ୍ତାପ ହରେ ସନ୍ତାପ

ଭିଜଇ ଶୁଷ୍କ ମାଟି ।

ଚନ୍ଦନ ପରି ବାସଇ ମାଟି

ସୁଗନ୍ଧ ଭୁରୁଭୁରୁ

ସବୁଜ ଦିଶେ ଧାନ କିଆରୀ

ବହଇ ସୁଲୁସୁଲୁ ।

ଜୀବନ ବୁଣେ ନୂତନ ଆଶା

ଆକାଂକ୍ଷା ଅସୁମାରୀ

ପୁଲକେ ମନେ ଉତ୍ସାହ ଖୁସି

ଆନନ୍ଦ ଯାଏ ଖେଳି ।

ପାଚଇ ଆମ୍ବ ପଣସ ଜାମୁ

ଲାଗଇ ସୁଶୀତଳ

ମଜା ମଉଜେ କାଟନ୍ତି ଛୁଟି

ରଜର ଅବସର ।

ପହିଲି ସଜ ସଂକ୍ରାନ୍ତି ରଜ

ବସୁମତୀ ମା ସ୍ନାନ

ଉତ୍ସବେ ବିତେ ହସଖୁସିରେ

ତିନିରୁ ପାଞ୍ଚ ଦିନ ।

ସ୍ନାହାନ ସାରି ନୂଆ ପୋଷାକ 

ପିନ୍ଧିଣ ଭଳି ଭଳି

କାକରା ମଣ୍ଡା ଆରିସା ପୋଡ

ଖାଆନ୍ତି ମନ ଭରି ।

ଖେଳନ୍ତି ପୁଚି ତାଆସ ପଶା

କବାଡି ବୋହୁଚୋରି

ନାଚଗୀତର ଜମେ ଆସର

ଝୁଲଇ ପଟାଦୋଳି ।

ନିଆରା ଆମ ପର୍ବ ପର୍ବାଣି

ସମାଜ ସୁସଂସ୍କୃତି

ବୁଝି ମହତ୍ତ୍ବ ପାଳନ କଲେ

ବଞ୍ଚିବ ଆମ ଜାତି ।

   


Rate this content
Log in

Similar oriya poem from Inspirational