STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ପରିବେଶ ରକ୍ଷକ ହେବା

ପରିବେଶ ରକ୍ଷକ ହେବା

1 min
244


ବଣ, ପାହାଡ, ଝରଣା ଓ କେଦାର ପ୍ରାନ୍ତର

ବିଶୁଦ୍ଧତା ରହେ ନଥିଲେ ଅଭାବ ଜଙ୍ଗଲର।


ହୁଏ ଦୂଷିତ ବାୟୁ ସେବନେ ମଣିଷ ସମାଜର 

ଦୂଷିତ ଦେହରେ ଦୂଷିତ ହୁଏ ମନ ଭାବନାର।


ପରିବେଶ ସୁସ୍ଥତାରେ, ସୁସ୍ଥ ହୋଇବ ଜୀବନ

ସୁସ୍ଥ ହେଲେ ମନ, ସଦା ଅଶାନ୍ତ ନହେବ ପ୍ରାଣ।


ଗଛପତ୍ର ଗହଳକୁ ଯଦି ଆମେ କରିବା ନଷ୍ଟ 

ନିଃଶ୍ୱାସ ନେବାରେ ନିଶ୍ଚିତ ଭାବେ ପାଇବା କଷ୍ଟ ।


ଆସ ଆସ ସମାଜେ ସମସ୍ତେ ସଚେତନ ହେବା

କେବଳ କଥାରେ ନୁହେଁ, କର୍ମକ୍ଷେତ୍ରେ କରିବା।


ଅରଣ୍ୟ ସମୂହର ଆମେ ଆସ କରିବା ସୁରକ୍ଷା  

ତେବେ ଆମ ଜୀବନକୁ, ଆମେ କରିବା ରକ୍ଷା ।


ସ୍ୱାର୍ଥ ତ୍ୟାଗ କରି ସମସ୍ତେ ଗାଇବା ଏକ ସ୍ୱରେ

ପୁରୋଧା ବନିବା ବିଶ୍ୱ ପରିବେଶର ସୁରକ୍ଷାରେ।



Rate this content
Log in

Similar oriya poem from Inspirational