STORYMIRROR

Bidyadhar Mantry

Inspirational Children

4  

Bidyadhar Mantry

Inspirational Children

ଏ ଅନ୍ଧାର କଣା

ଏ ଅନ୍ଧାର କଣା

1 min
290

ସଞ୍ଜ ବେଳେ ଗାଁ ମଝି ଦାଣ୍ଡେ

ପିଲାଏ ହୁଅନ୍ତି ମେଳ

ଲୁଚକାଳି ଖେଳ ଖେଳନ୍ତି ସଭିଏଁ

ଶୁଭୁଥାଏ କୋଳାହଳ ।


କିଏ କେଉଁଠି ରହିଥାଏ ଲୁଚି

ବୁଲିବୁଲି ଜଣେ ଖୋଜେ

ସବୁ ଖେଳାଳିଙ୍କୁ ଖୋଜି ନ ପାରିଲେ

ଆଉ ଥରେ ପୁଣି ଖୋଜେ

ଯିଏ ଧରା ପଡେ ରହିଯାଏ ସିଏ

ଅନ୍ୟମାନେ ଯାନ୍ତି ଲୁଚି

ଏଠି ସେଠି ବୁଲି ଖୋଜୁଥାଏ ସିଏ

ଏହିପରି ଲୁଚାଲୁଚି ।


ଧରାପଡୁ ଥିଲା ପ୍ରତିଥର ମୁନା

ହସୁଥିଲେ ଖେଳ ସାଥୀ

ରାତି ହେଲା କହି ଖେଲିଲାନି ମୁନା

ଖେଳୁଥିଲେ ସାଙ୍ଗ ସାଥୀ

ଖେଳ ଛାଡ଼ି ମୁନା ଘରେ ପହଞ୍ଚିଲା

ଲୁହ ଧାର ତା ଆଖିରେ

ବାପା ପଚାରିଲେ କିଆଁ କାନ୍ଦୁ ଅଛୁ

ଯାଇଥିଲୁ କେଉଁ ଆଡେ ।


କାନ୍ଦି କହେ ମୁନା ବାପାଙ୍କ ପାଖରେ

ଏଇ ଦେଖ ମୋର ଆଖି

ଅଳ୍ପ ଦିନ ହେଲା ରାତି ହୋଇଗଲେ

କିଛି ପାରୁ ନାହିଁ ଦେଖି ।


ମୁଣ୍ଡକୁ ଆଉଁସି କହୁଥିଲେ ବାପା

ଏ ସେ ଅନ୍ଧାର କଣା

ଏଥି ପାଇଁ କିଆଁ ଦୁଃଖୀ

ଭିଟାମିନ ଏ ଅଭାବ ହେବାରୁ 

କାମ କରୁ ନାହିଁ ଆଖି ।


ଲୁହ ପୋଛି ମୁନା ପଚାରେ ବାପାଙ୍କୁ

ସେ ଭିଟାମିନ ଏ କଣ

କେଉଁଠାରେ ଅଛି କିପରି ମିଳିବ

କୁହନ୍ତୁ ସବୁ କାରଣ ।


ମାଛ ମାଂସ ଅଣ୍ଡା ସବୁଜ ପରିବା

ଭିଟାମିନ ଏ ସେଥିରେ

ହେବ ନାହିଁ ଆଉ ଅନ୍ଧାର କଣା

ସବୁ ଥିବ ଯଦି ଆମ ଖାଦ୍ୟରେ ।


ଏ ଅଭାବରୁ ଅନ୍ଧାର କଣା

ଲେଖା ଅଛି ବିଜ୍ଞାନରେ

ଭିଟାମିନ ପାଠ ପଢ଼ିଦେଲେ ଥରେ

ବୁଝିଯିବ ସହଜରେ ।


ବୁଝିଗଲା ମୁନା ବାପାଙ୍କର କଥା

ମାଛ ମାଂସ ଅଣ୍ଡା ସବୁଜ ପରିବା

ଖାଦ୍ୟରେ ଖାଇଲା ନିତି

ଅଳ୍ପଦିନ ପରେ ଭଲ ହେଲା ଆଖି

ଲୁଚକାଳି ଖେଳେ ନିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational