କୃତଜ୍ଞ ପିମ୍ପୁଡ଼ି
କୃତଜ୍ଞ ପିମ୍ପୁଡ଼ି
ଧାରା ଶିରାବଣ ମାସ ଲାଗିଥିଲା ଝଡ଼ି l
ଘନଘନ ବର୍ଷାପାତେ ନଦୀଥିଲା ବଢ଼ି ll
ଘନଘୋର ବଜ୍ରନାଦ ସଙ୍ଗେ ଚଡ଼ଚଡ଼ି l
ଝଟକେ ବିଜୁଳି ବୃକ୍ଷେ ପଡ଼ନ୍ତି ଉପୁଡ଼ି ll
ବୃକ୍ଷଗଣ ଯାଉଛନ୍ତି ନଦୀସ୍ରୋତେ ଭାସି l
ପିମ୍ପୁଡ଼ିଟି ଏକାଳରେ ହୋଇଲା ପିଆସି ll
ନଦୀ କୂଳେ ପହଞ୍ଚିଲା ଠୁକୁ ଠୁକୁ ଚାଲି l
କୁନି ପାଦ ଖସିଗଲା ନଈ ଚୋରାବାଲି ll
ପିମ୍ପୁଡ଼ିଟି ନଦୀସ୍ରୋତେ ଯାଉଥିଲା ଭାସି l
ଦେଖିନେଲା ପକ୍ଷୀଟିଏ ବୃକ୍ଷଡାଳେ ବସି ll
ପିମ୍ପୁଡ଼ିକୁ ଉଦ୍ଧାରିବା ଅର୍ଥେ ପକ୍ଷୀ ବର l
ଗଛରୁ ପକାଇଦେଲା ଗୋଟିଏ ପତର ll
ପତ୍ର ଧରି ପିମ୍ପୁଡ଼ିଟା ନଦୀ କୂଳେ ଆସି l
ଦେଖଇ ପକ୍ଷୀଟି ବୃକ୍ଷପରେ ଅଛି ବସି ll
ମନେ ବିଚାରିଲା ମୁହିଁ ପାଇଲି ଜୀବନ l
ନିଶ୍ଚୟ ସୁଝିବି ଦିନେ ଏ ପକ୍ଷୀର ଋଣ ll
ଅନ୍ୟ ଏକ ଦିନେ ପିମ୍ପୁଡ଼ିଟି ଦେଖିଦେଲା l
ପକ୍ଷୀକୁ ବାଣୁଆ ଏକ ଶର ଯୋଖୁଥିଲା ll
ଧାଇଁ ବାଣୁଆ ପାଦରେ କାମୁଡ଼ିଲା ରୁଟ l
ବାଣୁଆର ଶର ତହୁଁ ହେଲା ଲକ୍ଷ୍ୟଭ୍ରଷ୍ଠ ll
ତୀରାବାଜେ ପକ୍ଷୀଗଲା ଫୁରକିନା ଉଡ଼ି l
ଧନ୍ୟରେ ଧନ୍ୟରେ ତୁହି କୃତଜ୍ଞ ପିମ୍ପୁଡ଼ି ll
