STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଛୁଇଁଲେ ମୌସୁମୀ

ଛୁଇଁଲେ ମୌସୁମୀ

1 min
279


ଛୁଇଁଲେ ମୌସୁମୀ   ପହିଲି ବରଷା

    ସ୍ବର୍ଗ ସୁଖ ପଡେ ଝରି

ଝୁଲେ ଗଛଡାଳେ  ରଜ ପଟାଦୋଳି 

    ନାଚଇ ମନ ମୟୂରୀ ।


ତଳକୁ ଉପର   ଦୋଳିର ଝୁଲଣ

    ମନଫୁଲା ରଜଗୀତ

ବାସେ ପୋଡ଼ପିଠା  ପାଚିଲା ପଣସ

    ରଜଦୋଳି କଟମଟ ।


ମୋ ଗାଆଁର ଝିଅ   ହୁଏ ସଜବାଜ

     ଶାଗୁଆ ପଣତ ତଳେ

ତା ହସେ ଅମୃତ   ସେନେହ ଶରଧା

    ଝରେ ପ୍ରେମ ଅନାବିଳେ ।


ତା ଆଶା ଭରସା   ସଖା ସହୋଦର

    କାଳିଆ ଠାକୁର ମୋର

ପାଟବସ୍ତ୍ର ପିନ୍ଧି    ହୁଏ ସୁନାବେଶ

    ଝଲକେ ମୁକୁଟ ସ୍ୱର୍ଣ୍ଣ ।


ଅନୁପମ ଆମ   କର୍ମ କୁଶଳତା

    ଲକ୍ଷ୍ୟ ଚଉବର୍ଗ ପ୍ରାପ୍ତି

ଆମ ସୁସ°ସ୍କୃତି   ପରବ ପର୍ବାଣୀ

    ସ୍ୱାଭିମାନୀ ଆମ ଜାତି ।


ଭୁଲିବାନି ଆମ   ଗୈ।ରବ ଉଜ୍ଜ୍ୱଳ

   ଐତିହ୍ୟ ଓ ସୁସ°ସ୍କୃତି

ଆମ ସ୍ବାଭିମାନ   ଜଗତର ନାଥ

    ଜଗନ୍ନାଥ ସବୁକିଛି ।

        



Rate this content
Log in

Similar oriya poem from Inspirational