କପଟୀ କୁମ୍ଭୀର କଥା
କପଟୀ କୁମ୍ଭୀର କଥା
ଅନେକ ପୁରୁଣା କଥା ପୁଣ୍ୟ ଗଙ୍ଗାକୂଳେ l
ହନୁ ଗୋଟେ ରହୁଥିଲା ଜାମୁଗଛ ଡାଳେ ll
ଡାଳେ ମାରି ଡିଆଁ ହନୁ ଖାଏ ଜାମୁକୋଳି l
ଆନନ୍ଦ ତାହାର କେହୁ ପାରେ ନାହିଁ କଳି ll
କୁମ୍ଭୀର ଗୋଟିଏ ସେଠାବକୁ ନିତି ଆସେ l
ଜାମୁକୋଳି ଖାଇ ହରଷରେ ତହୁଁ ଖସେ ll
ଏମନ୍ତେ ବାନର ସଙ୍ଗେ ବଢ଼ିଲା ତା ଭାବ l
କପଟୀଆ କୁମ୍ଭୀର ସେ, କପଟୀ ସ୍ୱଭାବ ll
ଚିନ୍ତେ ନିତି ଜାମୁ କୋଳି ଖାଇ ହନୁରାଜା l
ସୁସ୍ୱାଦୁ ନିଶ୍ଚୟେ ହୋଇଥିବ ତା' କଲିଜା ll
କଲିଜା ଭୋଜନ ଇଚ୍ଛା ଚିତ୍ତେ ମାଙ୍କଡ଼ର l
ମଞ୍ଜୁଳେ କହିଲା ଦିନେ ହେବନ୍ଧୁ ବାନର ll
ନଦୀ ମଧ୍ୟେ ରହିଛି ମୋ' ସୁନ୍ଦର ନବର l
ବୋହି ନେବି ଚାଲ ବୁଲି ଆସିବ ଏଥର ll
ହନୁ ଆରୋହିଲା ତହୁଁ କୁମ୍ଭୀର ପୃଷ୍ଠରେ l
କୁମ୍ଭୀର ପହଁରି ଚାଲେ ଅତି ହରଷରେ ll
ପହଁରି ପହଁରି ଯେବେ ହେଲା ମଝି ନଈ l
ଅସଲ କଥା କୁମ୍ଭୀର ତହୁଁ ଦେଲା କହି ll
ବହୁ ଦିନୁ ଆଶା ଭାଇ ତୁମ୍ଭ ବାନ୍ଧବୀର l
ସ୍ଵାଦିଷ୍ଟ କଲିଜା ତୁମ୍ଭ କରିବେ ଆହାର ll
ଏ କୁମ୍ଭୀର ଅଟେ ଭାଇ ବନ୍ଧୁ କପଟିଆ l
କାନ୍ଦିକହେ ହନୁ ଏବେ କିକରିବି ଆହା ll
ବୁଦ୍ଧି ଗୋଟି ହନୁଙ୍କର ମୁଣ୍ଡେ ଢୁକି ଗଲା l
ବନ୍ଧୁ ସମ୍ବୋଧି ବାନର ମଗରେ କହିଲା ll
ଏମନ୍ତ କଥା ଟି କିଆଁ ନ କହିଲେ ଭାଇ l
ଆସିଲି କଲିଜା ଜାମୁଗଛେ ଛାଡ଼ିଦେଇ ll
ଚାଲ ଯିବା ଆଣିବି ମୁଁ କଥା ହେବ ଭଲ l
ମରି ଯିବ ବାନ୍ଧବୀଙ୍କ ପାଟି ଗଲ ଗଲ ll
ମୁର୍ଖ ମଗର ଗୋଟିକ ହନୁ ବାଣୀ ଶୁଣି l
ନଦୀତୀରେ ପହଞ୍ଚିଲା ମର୍କଟକୁ ଘେନି ll
ଡିଆଁଗୋଟି ମାରି ହନୁ ବୃକ୍ଷେ ଚଢ଼ିଗଲା l
ମଗରର ଆଶା ମାତ୍ର ଆଶାରେ ରହିଲା ll
ନିଷ୍କର୍ଷ କାହାଣୀଟିର ପିଲେ ଶୁଣ ଆରେ l
କପଟୀ ବନ୍ଧୁଙ୍କୁ ସଦା ରଖି ଥାଅ ଦୂରେ ll
