ମେଘ ଦେଖି ସଜବାଜ
ମେଘ ଦେଖି ସଜବାଜ
ଖଣ୍ଡ ଖଣ୍ଡ ମେଘ ଅନେକ ଆକାର ହୋଇ
ଆକାଶେ ଘୁରି ବୁଲଇ
ପବନରେ ଉଡ଼ି,ଧକ୍କା ମାଡ଼ ଖାଇ
ପୃଥିବୀରେ ବରଷଇ ।
ଘଡଘଡି ପୁଣି ବିଜୁଳି ସହିତେ ମେଘ
କରଇ ଯେବେ ଗର୍ଜନ
ଘର ମୁହାଁ ହୋଇ ଧାଆନ୍ତି ସଭିଏଁ
ରାସ୍ତା ଘାଟ ଶୁନଶାନ୍ ।
ମେଘ ଆସିବାର ଜାଣି
ବହଇ ଥଣ୍ଡା ପବନ
ଦୂର ପରବତେ ମୟୂର ନାଚଇ
କରେ ସୁମଧୁର ଗାନ ।
ଚାତକ ପକ୍ଷୀ ମେଘ ଦେଖି ଦେଖି
ଆକାଶେ ଘୁରି ବୁଲଇ
ବର୍ଷା ପାଣି ମୁନ୍ଦେ ପିଇବା ଆଶାରେ
ପାଟି ଖୋଲି ରହିଥାଇ ।
ଚାଷୀ ଭାଇ ଦେଖି ମେଘ
ଓଠରେ ଫୁଟାଇ ହସ
ଆନନ୍
ଦ ମନରେ ହୁଏ ସଜବାଜ
କରିବାକୁ ଜମି ଚାଷ ।
କେବେ ଟୁପୁରୁ ଟୁପୁରୁ କେବେ ମୁଷଳ ଧାରାରେ
ବରଷଇ ଯେବେ ମେଘ
ଦାଣ୍ଡ ଅଗଣାରେ ନାଚନ୍ତି ପିଲାଏ
ଦେଖିବାକୁ ସାତ ରଙ୍ଗ ।
ଘର ପାଖେ ଅବା ରାସ୍ତା କଡେ କଡେ
ପାଣି ଯେବେ ହୁଏ ଭରି
କାଗଜର ଡଙ୍ଗା ଭସାଇବା ପାଇଁ
ପିଲାଏ କରନ୍ତି ହୁରୀ ।
ମେଘରୁ ବରଷେ ପାଣି
ନଦୀ ନାଳ ଯାଏ ଭରି
ସେଇ ପାଣି ପିଇ ଅନ୍ୟ ଜୀବ ଜନ୍ତୁ
ଜିବନ ଅଛନ୍ତି ଧରି ।
ମେଘକୁ ସଭିଏଁ କରନ୍ତି ଆଦର
ପାଇବାକୁ ବର୍ଷା ପାଣି
ପାଣି ହିଁ ଆମର ଜିବନ ଅଟଇ
ମେଘ ପାଶେ ଆମେ ରୁଣୀ ।