ଇର୍ଷା
ଇର୍ଷା
ଷଡ଼ ରିପୁ ମଧ୍ୟେ ଇର୍ଷା ଅଟେଏକ
ମାନବ ମାନଙ୍କ ପାଇଁ,
ଶାନ୍ତି ଯଦି ତୁମେ ଚାହୁଁଛ ଜୀବନେ
ଇର୍ଷା ଠୁଁ ରୁହ ଦୂରେଇ l
ଇର୍ଷା ପାଇଁ ଆଜି ପରସ୍ପର ମଧ୍ୟେ
ବଢଇ ଶତ୍ରୁତା ଭାବ,
ଇର୍ଷା ଭାଙ୍ଗେ ସ୍ନେହସମ୍ପର୍କ ସବୁକୁ
କରୁଣା ପାଏନି ଠାବ l
ଅନ୍ୟ ପ୍ରତି ଇର୍ଷା ଓଲଟା ସେ ବର୍ଚ୍ଛା
ନିଜ ପାଶେ ଫେରିଥାଏ,
ଅନ୍ୟ ର କ୍ଷତି ସେ କରିବା ଆଗରୁ
ନିଜ ମନଟିକୁ ଦହେ l
ଭାଗ୍ୟ ଅନୁସାରେ ସୁଖ ଶାନ୍ତି ପ୍ରାପ୍ତ
ହୋଇଥାନ୍ତି ସର୍ବ ଜନ,
ଅନ୍ୟ ସୁଖ ଦେଖି ମନ ଜଳାଇବା
ଅଟେ ସେତଅକାରଣ l
କ୍ରିୟମାନ କର୍ମ ଅବା ସେ ପ୍ରାରବ୍ଧ
ଅନୁସାରେ ଧନ ମିଳେ,
ନିଜ ନିଜ ଭାଗ୍ୟ ଫଳ ଭୁଞ୍ଜିଥାନ୍ତି
ଜନ୍ମ ହୋଇ ଧରା ତଳେ l
ଅନ୍ୟର ସମ୍ପଦ ଦେଖିବା ପୂର୍ବରୁ
କରିଯାଅ ନିଜ କର୍ମ,
କର୍ମ ଦେଖି ତୁମ ଫଳ ଦେବେ ସଦା
ପ୍ରଭୁ ସେଇ ଭଗବାନ l
ଇର୍ଷା ମନେ ଆଣି କର୍ମ ନକରିଲେ
ଫଳ କାହୁଁ ହେବ ପ୍ରାପ୍ତ,
ଅଯଥା ତୁମର ସମୟ ସରିବ
ଭାବି ଭାବି ଦିନ ରାତ୍ର l
ତେଣୁରେ ମାନବ ଛାଡି ଇର୍ଷା ଭାବ
କର୍ମେ ହୁଅ ଆଗୁସାର,
କର୍ମ ହିଁ ଅଟନ୍ତି ଭଗବାନ ସେତ
ମନରେ ବିଚାର କର l
