STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ଉଦାହରଣ (ଭରତ )

ଉଦାହରଣ (ଭରତ )

1 min
246

ଘୋର ଯୁଦ୍ଧ ବେଳେ ରଘୁବଂଶ ରାଜା

ଦଶରଥ ଯେ ଆହତ,

ପତ୍ନୀ ସେବା ଶୁଶ୍ରୁଷାରେ ହୋଇ ସୁସ୍ଥ

ବର ପାଇଁ କଲେ ସତ୍ୟ।


ରାଜ୍ୟାଭିଷେକର କ୍ଷଣରେ ପତ୍ନୀ ଯେ

ବର କଥା କହିଦେଲେ,

ରାମ ଯିବେ ବନେ ଚଉଦ ବରଷ

ଭରତ ରାଜାହେବ ଭଲେ।


ବଜ୍ରପାତ ହେଲା ମସ୍ତକେ ସ୍ଵାମୀଙ୍କ

ଅଯୋଧ୍ୟା ସହିକି ପାରିବ,

ରାମ ବନବାସ କଥାକୁ କେମନ୍ତେ

କେ ପୁତ୍ର ଆଗେ ପ୍ରକାଶିବ।


ପିତୃସତ୍ୟ ପାଳି ବନବାସେ ରାମ

ଲକ୍ଷ୍ମଣ ସୀତାଙ୍କୁ ନେଇ,

ବନଚାରୀ ବେଶେ ଗମିଲେ ବନକୁ

ପିତାଙ୍କୁ ଗଲେ ବୁଝାଇ ।


ମାତୁଳ ଗୃହରୁ ପ୍ରସ୍ଥାନ କରିଲେ

ଶ୍ରୀରାମ ଭ୍ରାତା ଭରତ ,

ଚକିତ ହୋଇଣ ସ୍ଥାଣୁ ହୋଇଗଲେ

ଶୁଣି ସମସ୍ତ ବୃତାନ୍ତ।


ଫେରାଇ ଆଣିବା ନିମନ୍ତେ ଭ୍ରାତାଙ୍କୁ

ଚଳିଲେ ଭରତ ବନ,

ପିତୃଦ୍ରୋହୀ ହେବି ନାହିଁ ତୁମ୍ଭ ରାଜା 

ହୁଅ ଅଯୋଧ୍ୟା ଭୂବନ।


ବଡ଼ଭ୍ରାତାଙ୍କ ପାଦୁକା ମସ୍ତକରେ

ଧରି ଆସିଲେ ଭରତ,

ରାମ ପ୍ରତିନିଧି ହୋଇ ପ୍ରଜାପାଳି

ରଖିଲେ ଉଦାହରଣ ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational