STORYMIRROR

Sasmita Nishank

Inspirational Children

3  

Sasmita Nishank

Inspirational Children

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
183

ବିଦ୍ୟାଳୟ ଅଟେ ବିଦ୍ୟାର ଭଣ୍ଡାର,                     

ବିଦ୍ୟାବିନା ପୁରା ଜୀବନ ଅସାର।                      

ବିଦ୍ୟା, ବିଦ୍ୟାର୍ଥୀ ଓ ବିଦ୍ୟାଳୟର ସଙ୍ଗମ,                

ବିଦ୍ୟାର୍ଥୀର କରେ ଭାଗ୍ୟ ନିର୍ଦ୍ଧାରଣ।                  

ଵିଦ୍ୟାବିନା ଏଇ ଜୀବନ ଅଧୁରା,                      

ବିଦ୍ୟା କରଇ ବିଦ୍ୟାର୍ଥୀର ସବୁ ଆଶା ପୁରା।

ଶିକ୍ଷକ ଦେଖାନ୍ତି ଉତ୍ତମ ମାର୍ଗ,                      

ବିଦ୍ୟାଳୟ ଅଟେ ଚଳନ୍ତି ସ୍ବର୍ଗ।                       

ସମାଜରେ ନିଜ ପ୍ରତିଷ୍ଠା ପାଇଁ,                       

ଅଧ୍ୟୟନ ଠାରୁ ଆଉ ବଡ଼ ବିକଳ୍ପ ନାହିଁ।

ଚାଲ ଏବେ ସବୁ କାମ ଛାଡି ପାଠ ପଢ଼ିବା,                

ଆମ ଭବିଷ୍ୟତ ଆମେ ନିଜେ ଗଢ଼ିବା।                  

ଯେବେ ପାଠ ପଢିବାରେ ଆମେ ଦେବାରେ ମନ,            

ବଢିବ ନିଜର ଆତ୍ମ-ସମ୍ମାନ।                        

ବିଦ୍ୟା ପାଇଁ ବଢେ ବିଦ୍ୟାର୍ଥୀ ଜ୍ଞାନ,                    

ସମାଜରେ ବଢ଼େ ତାର ମାନ, ସମ୍ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational