STORYMIRROR

Prafulla Chandra Mishra

Inspirational Children

3  

Prafulla Chandra Mishra

Inspirational Children

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
231


କାକ ଚେଷ୍ଟା ବକ ଧ୍ୟାନ ଶ୍ଵାନ ପରାୟ ଶୟନ 

ସନ୍ତୁଷ୍ଟ ଅଳ୍ପ ଆହାରେ ନଥିବ ଗୃହ ଜଞ୍ଜାଳେ

ଗୁରୁ କୁଳରେ ଶ୍ରମଣ ଆଶ୍ରମେ କାଟିବ ଦିନ ।


ସୁସ୍ଥ ଜୀବନ ଜାପାନ କରି ଅର୍ଜ ବିଦ୍ୟା ଧନ

ପ୍ରାପତ ନିଶ୍ଚୟ ହେବ ଜୀବନ ହେବ ଉଜ୍ବଳ

ଦେଶେ ବିଦେଶେ କୀରତି ଲଭି ହେବୁ କୀର୍ତ୍ତିମାନ ।।


ନମ୍ର ଧୀର ସ୍ନେହଶୀଳ କ୍ଷମା ଦୟା ଭାତୃତ୍ଵର

ସତ୍ୟ ଧର୍ମ ପଥେ ମନ ଥିବ ନିତ୍ୟ ନୀରନ୍ତର

ରଖିଥିବ ଲୟ ଗୁରୁ ପଦାରବିନ୍ଦ ଯୁଗଳେ ।


ଦୁଃଖୀ ଦୁଃଖେ ମ୍ରିୟମାଣ କରି ପର ଉପକାର

ଦେଶ ଯଶ ହୀତେ ମନ ରଖିଥିବ ନିରନ୍ତର

ନିତ୍ୟ ମନ ପ୍ରାଣ ତା’ର ଥିବ ସମାଜ ମଙ୍ଗଳେ ।।


ବିନୟ ଗୁଣରେ ଗୁଣି କହିବ ମଧୁର ବାଣୀ

ସଫଳ ବିଦ୍ୟାର୍ଥୀ ଏହି ବିଦ୍ୟା ବଳେ ହୁଏ ଜ୍ଞାନୀ

ଜ୍ଞାନ ଦୀପାଳି ଜାଳେ ଅଜ୍ଞାନ ତିମିରରେ ।


ରାମକୃଷ୍ଣ ଗୁରୁ ଶିଷ୍ୟ ସଫଳ ବିବେକା ନନ୍ଦ

ସେତ ବିଦ୍ୟାର୍ଥୀ ପ୍ରକୃତ ସୁଦ୍ଧ ସୁବର୍ଣ୍ଣର ଚାନ୍ଦ

ସାରା ଜଗତକୁ କରେ ଆଲୋକିତ ଜ୍ଞାନ ବଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational