STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

ଛଳନା

ଛଳନା

1 min
209


ଦେଲୁ ତୁ କାହିଁ ଏତେ ଦୁଃଖ

ଛଡ଼ାଇ ନେଇ ମୋର ସୁଖ,

ଜୀବନ ଠୁ ଅଧିକ ତୁହି

ପ୍ରେମ ମୋର ଅବୁଝା କାହିଁ,।


ଦିନ ରାତି ତୋତେ ଖୋଜୁଛି

ଭୋକ ଉପାସେ ମୁଁ ବଞ୍ଚିଛି,

କାହିଁକି ଦେଉଛୁ ଯାତନା

ବୁଝି ହଉନି ତୋ ଛଳନା ।


କେତେଦିନ ମନ କାନ୍ଦିବ

ଝୁରି ଝୁରି ଦିନ ସରିବ,

ଜାଣି ପାରୁନି ତୁ କେମିତି

ଯେମିତି ଥିଲି ମୁଁ ସେମିତି,।


ଖୋଜିଲେ ଆଉ ପାଇବୁନି

ସବୁ ଥିବ ମୁଁ ରହିବିନି,

ଦୋଷ ଥିଲେ କ୍ଷମା ମାଗୁଛି

ଯନ୍ତ୍ରଣାରେ ଦିନ ଯାଉଛି,।


Rate this content
Log in

Similar oriya poem from Tragedy