Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Das

Romance

3  

Prafulla Das

Romance

ଛଳନା

ଛଳନା

1 min
208



ଜଣକୁ

ସେଦିନ ଛଳ ଛଳ ଆଖି

ବାଷ୍ପରୁଦ୍ଧ କଣ୍ଠ

ତୁମେ ମୋର ଶତ ପ୍ରତିଶତ

ମୋ ଭଲ ପାଇବା 

ଟିକେ କଲେ ଉଣା

ହାରିଵି ଜୀବନ

ସେ ସିନ୍ଦୂର ବୋଳା ପଥର ମୂରତି

ଥିଲା ତାର ସାକ୍ଷୀ


ଆଉଜଣକୁ

ଛଳେଇ କହୁଛ

ଓଠ ଚାପି ହସି

ତୁମେ ମୋର ଶତ ପ୍ରତିଶତ

ଏ ଦୀପ ରହିଲା ସାକ୍ଷୀ

ମୋ ଶଂଖା ସିନ୍ଦୂର

ଯଦି କିଏ ଭାଗ ବସାଇବ

ମୁଁ ପାରିବିନି ସହି

ତୁମେ ମୋ ପ୍ରଥମ

ତୁମେ ମୋର ଶେଷ

ତୁମେ ଥାଉ ଥାଉ

ମୁଁ ଚାଲି ଯାଏ

ଛଳନାର ଏକ ପ୍ରୟାସ



Rate this content
Log in

Similar oriya poem from Romance