STORYMIRROR

Priyaranjan Biswal

Abstract Romance Classics

4  

Priyaranjan Biswal

Abstract Romance Classics

ଝରକା ଫାଙ୍କର ଲାଜ

ଝରକା ଫାଙ୍କର ଲାଜ

1 min
319


ଝରକା ଫାଙ୍କର ସେ ଲାଜ ଲାଜ ମୁହଁ

ଆଜି ଭାରି ମନେ ପଡେ।

ତାର ଲାଜୁଆ ଓଠରୁ ମୁରୁକି ହସ

ଚୁନା ଚୁନା ଝରି ପଡେ।।


ଗୋରା ଶରୀରକୁ ମସ୍ତକରେ ତାହାର

ଘନ କଳାମେଘି ବାଳ।

ପ୍ରେମେ ପରିପୂର୍ଣ୍ଣ ତା ନୟନ ଯୁଗୋଳ

କରଇ ମତେ ପାଗଳ।।


ତା ରୂପ ଯୋଉବନ ଦେଖି ଦେଲେ ଥରେ

ମନେ ପ୍ରେମାନଳ ଜଳେ।

ବାରମ୍ବାର ମନ ମୋ ତା ପ୍ରେମ ସାଗରେ 

ତନୁ ତା ବସି ପଖାଳେ।।


ନିରୀହ ମୁଁହଁରେ ତା ଲାଜର ଓଢଣା

ଚାହଁଇ ଝରକା ଫାଙ୍କେ।

ମୁଁ ହେଲେ ଆକାଶ ସେ ଅଟେ ମୋ ଚନ୍ଦ୍ରମା

ଉଦ୍ଦିତ ମୋହରି ଅଙ୍କେ।।


କେମିତି କରିବି ମୁଁ ପ୍ରେମ ନିବେଦନ 

ମନେ ମନେ ବସି ଭାବେ।

ଭାବନା ତାର ମତେ ଆନମନା କରେ

ନେଇ ଛାଡେ ପ୍ରେମ ଭବେ।।


ପ୍ରକୃତିସ୍ଥ ହୋଇ ମୁଁ ଖୋଜଇ ଅନେକ

ତାକୁ ସେଠି ପାଏ ନାହିଁ।

ହୃଦୟ ସାଗରେ ମୋ ପ୍ରେମ ଭରା ଉର୍ମି 

ବନ୍ଧ ବାଡ ମାନେ ନାହିଁ।


କାହିଁ ଗଲା ସେ ଅଳସି ରୂପସି କନ୍ଯା

ହୃଦେ ମୋ ପ୍ରେମର ବନ୍ଯା।

କଣ ତା ନାଁ ଗାଁ ଠିକଣା? କିଏ ଥିଲା ସେ

 ଅନାମିକା ନା ଅନନ୍ଯା!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract