STORYMIRROR

Manmath Kumar Das

Romance

3  

Manmath Kumar Das

Romance

ହେ ମୋ ନିଦହାରିଣୀ ମାନେ

ହେ ମୋ ନିଦହାରିଣୀ ମାନେ

1 min
208


ଜଙ୍ଗଲୀ ରାସ୍ତାର ଦୁଇ ପାଖରେ

ଠିଆ ହୋଇଅଛ ପରା ଧାଡ଼ିରେ

କେହି ନୁହେଁ ବଡ଼ କେ ନୁହେଁ ସାନ

ଉଚ୍ଚତା ବଛାରେ ସତେ ନିପୁଣ ହେ

      କେ ବାଛି ପାରିବ ଭ୍ରମ ଯେ

ଦୁଇ ପାଖେ ଦୁଇ ଧାଡ଼ି

ଏହିପରି ଦେଖି ଦର୍ଶକ ବିଭ୍ରମ ଯେ।।


ଅରଣ୍ୟବାଳେ ଗୋ ଏ କି କରୁଛ

ଲାଜ ସରମ କି ପୋଡ଼ି ଖାଇଛ

ଦେହରେ ତ ଶାୟା ବ୍ଲାଉଜ୍ ନାହିଁ

ଶାଢ଼ୀଟା ଶେଷରେ ଦେଲ ଖସେଇ ଯେ

ଉଭା ଲଙ୍ଗଳା ଯେ ହୋଇଛ

ଖିଲି ଖିଲି ହସି ପଥେ ପଥିକକୁ   

ଆଖି ଠାରି ପାଖେ ଡାକୁଛ।।


ସଭିଏଁ ତ ତୁମେ ତନୁପାତଳି

ଜଣେ ହେଲେ କେହି ନାହିଁ ମାଦଳୀ

ଉତ୍ତାଳ ଯୌବନ_ତରଙ୍ଗମାଳା

ବହିଛ କିପରି ହେ ବନବାଳା ଗୋ

ତୁମ ରଙ୍ଗ ଢ଼ଙ୍ଗ ଦେଖି ଯେ

ବୁଡିଛି ମୁଁ ତୁମ ପ୍ରେମ ସାଗରରେ

ଫେରେଇ ନପାରି ଆଖି ଯେ।।


କି ଲାବଣ୍ୟେ ତନୁ ଗଢିଛି ବିହି

ଗାଢ଼ କମଳା ରଙ୍ଗକୁ ମିଶାଇ

ଲଲାଟ ଚିବୁକ ଉରଜ ଜାନୁ

ସର୍ବାଙ୍ଗ ଶରୀର ତ ବୁଡିଲା ଭାନୁ ଯେ

ରକତ ବର୍ଣ୍ଣର ନୟନ

ଗାଢ଼ କଜ୍ଜଳରେ ମନ ମୋହୁଅଛି

କି ଅବା କରିବି ବର୍ଣ୍ଣନ।।


ବିନିଦ୍ର ଯାମିନୀ କାଟିଲାପରି 

ନୟନର ରଙ୍ଗ ଦିଶେ ସେ ପରି

ଅଙ୍ଗେ ଅଙ୍ଗେ ତୁମ ଭରା ଅଳସ

ଝରୁଛି ଓଠରୁ ମଂଜୁଳ ହସ ଯେ

ଦେଖି ତୁମ ହାଇ ମରା ଗୋ

ଅଙ୍ଗ ଅଙ୍ଗ ମୋ'ର ଅନଙ୍ଗ ଅନଳେ

ଜଳିଯାଉଅଛି ପରା ଗୋ।।


ନାଲି ଆଖି ତଳେ କଜ୍ଜଳ ଦେଖି

ମନ ଗଲା କାମ-ଜାଲରେ ଲାଖି

ଆଜାନୁ ଲମ୍ବିତ କୋମଳ ବାହୁ

ଠାରୁଛି କି ତୁମ କୋଳକୁ ଆଉ ଯେ

ଅପଲକେ ମୁହିଁ ଚାହିଁଛି

କେତେବେଳେ ତୁମ ଦେହରେ ମୋ

ଦେହ ଲାଗିଲା ମୁହିଁ ନ ଜାଣିଛି।।


ଆଉ କେତେ ତୁମ ସାଙ୍ଗ ରୂପସୀ

ବୁଲୁଛନ୍ତି ବନେ ପାଖେ ନ ଆସି

ଏଇ ମାତ୍ର ଯୁବା କେତେ ତରୁଣୀ

ଆଖି ବୁଜି କୁଚ ଦେଖଉଚନି ଯେ

ପାଇବାକୁ କାର ପରଶ

ଲୁଗାପଟା ଅଧା ଓହ୍ଲେଇ ଦେଇ

ସେ ଠିଆ ହେଇଚନି ସହାସ।।


ପୀନସ୍ତନୀ ତୁମେ ଅଟବୀ ବାଳା

ଆଣିଛ ମୋ ହୃଦେ ଅନଙ୍ଗ ଜାଳା

ଅରୁଣିମା ତୁମ ଦେହର ରଙ୍ଗ

କରିଅଛି ମୋ'ର ଏକାଗ୍ର ଭଙ୍ଗ ଯେ

ନିଦ୍ରାଦେବୀ ଜାଣି ଏ କଥା

ତେଜି ଅଛି ମୋତେ ଦୁଇ ଦିନ ହେଲା

ବଳି ପଡ଼ିବାରୁ ତା ବ୍ୟଥା।।


ହେ ନିଦହାରିଣୀମାନେ ତୁମ୍ଭଙ୍କୁ

ହେଉଛି କାକୁତି ଦେଖ ବ୍ୟଥାକୁ 

ହେ ଚାରୁ-କୁନ୍ତଳେ ପଳାଶ-ବାଳେ 

ରଖ ମୋର ମଥା ତୁମରି କୋଳେ ଯେ

ତୁମ ଓଷ୍ଠ ସୁରା ପାନରେ

ମତୁଆଲା ହେଇ ପଡିରହିଥାଏ

ତୁମ ପାଶେ ଏହି ବନରେ।।


       


      


రచనకు రేటింగ్ ఇవ్వండి
లాగిన్

Similar oriya poem from Romance