STORYMIRROR

Manmath Kumar Das

Romance

3  

Manmath Kumar Das

Romance

ମତୁଆଲୀ ମହୁଲ

ମତୁଆଲୀ ମହୁଲ

1 min
241


ଅରଣ୍ୟ ନନ୍ଦିନୀ ସିଏ

ଅତି ସୁକୁମାରୀ

ସତେ ଅବା ଭଣ୍ଡାର ସେ

ଅସରନ୍ତି ଖିଲିଖିଲି ହସ

ଆଉ ବାଙ୍କ ଚାଁହାଣୀର

ଅଙ୍ଗରେ ଯୌବନ ତା'ର

ଭାଙ୍ଗୁଛି ଲହରୀ ।।


 ସବୁଜ ବସନ ତା'ର

 ମୋହୁଛି ମନକୁ

  ଶୀତକୁ ଖାତିର୍ ନାହିଁ

  ମନରେ ଲଗାମ୍ ନାହିଁ

କନକନ ହେଇ ଅନଉଚି

 ଋତୁରାଜଙ୍କର

ଆସିବା ବାଟକୁ ।।


ଚୁପି ଚୁପି ଋତୁରାଜ

ପହଞ୍ଚିଲେ ପାଶେ

ଧିରେ ହାତ ରଖିଲେ ସେ

ମହୁଲ କାନ୍ଧରେ

ଚୁମିଲେ ଓଠରେ

ତୋଳିନେଇ ବସାଇଲେ

ନିଜ ଅଙ୍କ ଦେଶେ ।।


କାମର ମାଦକତାରେ

ମତୁଆଲୀ ମହୁଲ

ଭୁଲିଲା ନିଜକୁ

ତଥା ସ୍ଥାନ କାଳ ପାତ୍ର

ଧିରେ ଧିରେ ଧିରେ

ଉତ୍ତାରି ଫିଙ୍ଗିଲା ଦୂରେ

ପିନ୍ଧିଲା ବସନ ତାହାର ।।


ଉତ୍ତାଳ ଯୌବନଭରା

ଫୁଙ୍ଗୁଳା ଦେହକୁ

ନିର୍ବିକାରେ ଲୋଟାଇଲା

ବସନ୍ତ କୋଳରେ

ଡର ନାହିଁ ଭୟ ନାହିଁ

କାହା ଟୁପୁରୁଟାପୁରୁ

ଆଉ ଟାହିଟାପରାକୁ ||


ଏହିପରି ଦିନରାତି କେତେ

ଗଲାଣି ଯେ ବିତି

ପ୍ରୀତିର ନିଶାରେ ଭୋଳ

ମହୁଲର 

ଚେତନା ଯେ ନାହିଁ

ଶୁଣି ନିଦାଘର

କଠୋର ପଦ ପାତ

ତରବରେ ମତୁଆଲୀ

ଉଠିଲାକ ଚେତି ।।


ଲାଜ ଲାଜ ଆଖିରେ ସେ

ଅତି ହରବରେ

ପିନ୍ଧିବାକୁ ଅତି ପ୍ରିୟ

ସବୁଜ ବସନ

ଅଣ୍ଡାଳି ଅଣ୍ଡାଳି ଶେଷେ

ବାଦାମୀ ରଙ୍ଗର ଶାଢୀ

 ଢାଙ୍କିଲା ଦେହରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance